ଭୁବନେଶ୍ବର : ସିବିଆଇ ଅଫିସରେ ପୁଣି ପ୍ରଶାନ୍ତ ଦାସ । ସି-ସୋର ଚିଟଫଣ୍ଡ କମ୍ପାନୀ ମୁଖ୍ୟ ପ୍ରଶାନ୍ତ ଦାସ ଆଜି ସିବିଆଇ ଅଫିସରେ ପହଁଚିଥିଲେ । ଏହାର ପତିକ୍ରିୟାରେ ପ୍ରଶାନ୍ତ ଦାସ କହିଛନ୍ତି । ସେ ଦେଶ ବାହାରକୁ ଯିବାକୁ ଚାହୁଁଛନ୍ତି,ସେଥିଲାଗି ସେ ସିବିଆଇ ଠୁ ଅନୁମତି ନେବାକୁ ଆସିଥିଲେ । ହେଲେ ତାଙ୍କୁ ଦେଶ ବାହାରକୁ ଯିବାକୁ ଅନୁମତି ମିଳିଛି କି ନାହିଁ ସେନେଇ କିଛି ସ୍ପଷ୍ଟ କରି ନାହାନ୍ତି ପ୍ରଶାନ୍ତ । ଅନ୍ୟପକ୍ଷେ ସିବିଆଇ ସି-ସୋର ମାମଲାରେ ଜଣେ IAS ଅଫିସର ଓ ଜଣେ ପୂର୍ବତନ IAS ଅଫିସରଙ୍କୁ ନୋଟିସ କରାଯିବା ନେଇ ପ୍ରଶାନ୍ତ ଦାସ ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ କହିଛନ୍ତି ମୁଁ ଜାଣିନି ,ସି-ସୋର ସହ ସେମାନଙ୍କର ସଂପୃକ୍ତି ନାହଁି ବୋଲି କହିଛନ୍ତି ପ୍ର
ତେବେ କାହିଁକି ସି-ସୋର ମୁଖ୍ୟ ପ୍ରଶାନ୍ତ ଦାସ ବିଦେଶ ଯିବାକୁ ଚାହୁଁଛନ୍ତି । ଏହା ପଛରେ କଣ କାରଣ ରହିଛି । ସେ ଖସି ଯିବାକୁ ଚାହୁଁଛନ୍ତି ନା ବିଦେଶରେ ସେ ନିଜର ସମ୍ପତି କୁ ବିଦେଶରେ ରଖିଥିଲେ ଏବେ ତାର ବ୍ୟବସ୍ଥା କରିବାକୁ ଯିବାକୁ ଚାହୁଁଛନ୍ତି ବୋଲି ଏବେ ସବୁଠୁ ଚର୍ଚ୍ଚା ଚାଲିଛି । କୁହାଯାଉଛି ଚିଟ ଫଣ୍ଡ ତଦନ୍ତ ଚାଲୁଥିବାବେଳେ ପ୍ରଶାନ୍ତ ଦାଶ ବିଦେଶ ଗଲେ ଏହା ତଦନ୍ତକୁ ପ୍ରଭାବିତ କରିବ ନାହିଁ ତ? ତେବେ ସିବିଆଇ କଣ ପଦକ୍ଷେପ ନେୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ରହିଛି ।