ମୁମ୍ବାଇ : ବଲିଉଡର ମୋଷ୍ଟ ଇଲିଜିବୋଲ ବ୍ୟାଚେଲର ଭାଇଜାନ ସଲମାନ ଖାନଙ୍କ ପ୍ରେମ ଓ ବିବାହକୁ ନେଇ ଢେର ଛର୍ଚ୍ଚା ବି ଟାଉନରେ ଚାଲିଛି । ହେଲେ ସଲମାନ ବାସ୍ତବରେ କାହାକୁ ନିଜ ମନ ଦେଇଛନ୍ତି ଓ ବାହା ହେବେ ତାହା କିନ୍ତୁ ଜଣା ପଡୁନି । ତେବେ ବଲିଉଡର ଅନେକ ହିରୋଇନଙ୍କ ସହ ତାଙ୍କ ଆଫାୟାର୍ସ ଥିବା ଚର୍ଚ୍ଚା ହେୁଥିବାବେଳେ ଏବେ ଜଣେ ହିରୋଇନ ମୁହଁ ଖୋଲିଛନ୍ତି । ଦିନେ ସଲମାନଙ୍କ ଗର୍ଲଫ୍ରେଣ୍ଡ ଭାବେ ଚର୍ଚ୍ଚାରେ ଥିବା ଶିଳ୍ପା ସେଠୀ ୯ ବର୍ଷ ପରେ ସଲ୍ଲୁଙ୍କ ସହ ଥିବା ତାଙ୍କ ପ୍ରେମ ସଂପର୍କ କଥା ଖୁଲାସା କରିଛନ୍ତି ।
୯୦ଦଶକରେ ସଲମାନ ଓ ଶିଳ୍ପାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଲାଗିରହିଥିଲା । କିନ୍ତୁ ଉଭୟେ କେବେବି ନିଜ ସମ୍ପର୍କକୁ ସ୍ୱୀକାର କରିନାହାନ୍ତି । କିନ୍ତୁ ଦୁହିଁଙ୍କୁ ଅନେକ ଥର ଏକାଠି ଦେଖିବାକୁ ମିଳିଛି । ତେବେ ଶେଷରେ ସେ ବିଜନେସମ୍ୟାନ ରାଜ କୁନ୍ଦ୍ରାଙ୍କୁ ବିବାହ କରିଥିଲେ ।
ତେବେ ବିବାହର ପ୍ରାୟ ୯ ବର୍ଷ ପରେ ଶିଳ୍ପା ସେଟ୍ଟୀ ନିଜର ଓ ସଲମାନଙ୍କ ସମ୍ପର୍କ ଉପରେ ମୁହଁ ଖୋଲିଛନ୍ତି । ଶିଳ୍ପା କହିଛନ୍ତି ଯେ, ସଲମାନ ଅନେକ ଥର ତାଙ୍କ ଘରକୁ ଆସନ୍ତି ଏବଂ ରୁହନ୍ତି । ଏପରିକି ତାଙ୍କ ପିତାଙ୍କ ସହ କେତେଥର ଡ୍ରିଙ୍କସ ମଧ୍ୟ କରିଛନ୍ତି ।
ଏପରିକି ଯେତେବେଳେ ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା ସଲମାନ ତାଙ୍କ ଘରକୁ ଆସି ସିଧା ବାର ଟେବୁଲ ନିକଟକୁ ଗଲେ ଏବଂ ପିତାଙ୍କ ସହ ଏଠାରେ ବସୁଥିବା କଥା ମନେ ପକାଇ କାନ୍ଦିବାକୁ ଲାଗିଥିଲେ ।
ସଲମାନ ଓ ଶିଳ୍ପା ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି ।