ସର୍ପ ମହଲ। ଘର ସାରା ସାଲୁବାଲୁ ସାପ । ଗୋଟିଏ କି ଦୁଇଟି ନୁହେଁ ଜଣଙ୍କ ଘରୁ ଶହେରୁ ଅଧିକ ନାଗ ସାପ ଛୁଆ ଉଦ୍ଧାର ହୋଇଛି। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ ନିଶ୍ଚୟ । କିନ୍ତୁ ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ପାଇକ ସାହିର ରବୀନ୍ଦ୍ର ଭୂୟାଁଙ୍କ ଘରୁ ଏ ସବୁ ସାପ ଗୁଡିକୁ ଧରାଯାଇଛି । ଶୁକ୍ରବାର ରାତିରେ ରବୀନ୍ଦ୍ରଙ୍କ ଝିଅ ଗୋଟିଏ ନାଗ ସାପ ଦେଖିଥିଲେ । ପରେ ସ୍ନେକ୍ ହେଲ୍ପ ଲାଇନ ପହଞ୍ଚି ୨ଟି ରୁମରୁ ୧୨୦ଟି ନାଗ ସାପ ଛୁଆ ଉଦ୍ଧାର କରିଛି । ଏହା ସହ ୨୧ଟି ସାପ ଅଣ୍ଡା ମଧ୍ୟ ମିଳିଛି । ରବୀନ୍ଦ୍ରଙ୍କ ଘର ଭିତରେ ଏକ ସାପ ହୁଙ୍କା ଥିଲା ।ସେହି ହୁଙ୍କାକୁ ଘର ଲୋକ ପୂଜା କରୁଥିଲେ ।ତେଣୁ ଆଉ ୨ଟି ରୁମରୁ ଆହୁରି ସାପ ଛୁଆ ସହ ମା ଥିବା ଅନୁମାନ କରାଯାଉଛି । ରବିବାର ସକାଳୁ ସକାଳୁ ସ୍ନେକ୍ ହେଲପ ଲାଇନର ସଦସ୍ୟ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଅପରେସନ ଏଥିରେ ନାଗୁଣୀ ଧରାପଡିଛି । ଏହା ସହ ଆଉ ଏକ ବଡ ନାଗ ଧରାଯାଇଛି । ରିପେର୍ଟ ଲେଖାହେବା ଯାଏ ଉଦ୍ଧାର କାର୍ଯ୍ୟ ଚାଲିଛି ।