ଭୁବନେଶ୍ବର : ଆପଣଙ୍କ ପିଲାକୁ ଯୋତା ପିନ୍ଧାଇବାବେଳେ ସାବଧାନ । କାହିଁକି ନା ଜୋତା ଭିତର ନଦେଖି ତାକୁ ଭଲ ଭାବେ ନଝାଡି ଜୋତା ପିନ୍ଧାଇବା ବିପଦ ହୋଇପାରେ । ଏମିତିକି ପିଲାଙ୍କ ଜୀବନ ବି ଯାଇପାରେ । ଯେମିତି ହୋଇଛି ଭୁବନେଶ୍ବର ପଟିଆ ଅଞ୍ଚଳର ଏକ ପରିବାରରେ । ଜୋତା ଭିତରେ ଥିବା ଏକ ନାଗ ଛୁଆ କାମୁଡି ଦେବାରୁ ପିଲାର ଅବସ୍ତା ଗୁରୁତ୍ବର ହୋଇଛି । ଏକ ଘରୋଇ ସ୍କୁଲରେ ପଢୁଥିବା ଜଣେ କୁନି ଛାତ୍ର ସକାଳୁ ସ୍କୁଲକୁ ବାହାରିଥିଲେ । ପରିବାର ଲୋକେ ମୋଜା ପିନ୍ଧାଇ ବା ପରେ ଜୋତା ପିନ୍ଧାଇଥିଲେ । ପାଦେ ଦି ପାଦେ ଚାଲିବା ପରେ ଜୋତା ଭିତରେ କିଏ କାମୁଡି ଦେଇଥିବା କହିଥିଲା ବାଳକ । ହେଲେ ପ୍ରଥମେ ପରିବାର ଲୋକେ ଏହାକୁ ବିଶ୍ବାସ କରି ନଥିଲେ । ପରେ ଦେଖିବାବେଳେକୁ ସେଥିରୁ ଜୋତା ଭିତରୁ ଥିବା ନାଗ ଛୁଆ ବାହାରିଥିଲା । ବାଳକ ଗୁରୁତ୍ବର ହେବାରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏବେ ତାର ଦେହ ସୁସ୍ଥ ଥିବା ଜଣାପଡିଛି ।
ସୂଚନାଯୋଗ୍ୟ, ବୁଲୁ ରଞ୍ଜନ ରାଉତଙ୍କ ୭ ବର୍ଷର ପୁଅ ରିଷଭ ସ୍କୁଲ ଯିବା ପାଇଁ ମଙ୍ଗଳବାର ସକାଳେ ଜୋତା ପିନ୍ଧୁଥିବା ସମୟରେ ଜୋତା ଭିତରେ ଏକ ନାଗ ସାପଟି ଥିଲା। ରିଷଭ ଜୋତା ଭିତରେ ଗୋଡ଼ ପୂରାଇ ଦେବାରୁ ସାପଟି ତାର ପାଦ ଆଙ୍ଗୁଳିକୁ ଚେଟ ମାରିଥିଲା। ରିଷଭଙ୍କ ଜେଜେ ସାଙ୍ଗେସାଙ୍ଗେ ଜୋତାକୁ ଝାଡିଦେବାରୁ ସେଥିରେ ଥିବା ନାଗ ସାପ ଛୁଆ ବାହାରି ପଳାଇଥିଲା। ତେବେ ସାପଟି ରିଷଭଙ୍କୁ କାମୁଡିଥିବାରୁ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ରିଷଭ ମୋଟା ସକ୍ସ ପିନ୍ଧିଥିବାରୁ ସାପ କାମୁଡିଥିଲେ ହେଁ ତାର ବିଷ ଶରୀର ଭିତରକୁ ଯାଇପାରି ନଥିଲା ବୋଲିି ଡାକ୍ତରଙ୍କ ପକ୍ଷରୁ ପ୍ରକାଶ। ଏବେ ରିଷଭ ସୁସ୍ଥ ଥିବା ଜଣାପଡିଛି । ଏହି ସାପ ବିଷୟରେ ଖବର ପାଇବା ପରେ ସ୍ନେକ ହେଲପ ଲାଇନ ସଦସ୍ୟ ଘଟଣାସ୍ଥଳରେ ସାପଟିକୁ ଉଦ୍ଧାର କରିଥିଲେ ।