ପୁଣି ନାଗ ଉଦ୍ଦାର : କେନ୍ଦ୍ରାପଡା ନରିଲୋରୁ ୨୦ ନାଗ ଛୁଆ, ଭଦ୍ରକ ନଳାଙ୍ଗରୁ ୧୧ ନାଗ ଧରିଲା ସ୍ନେକ୍ ହେଲ୍ପ ଲାଇନ୍

ଭଦ୍ରକ/ କେନ୍ଦ୍ରାପଡା : ଭଦ୍ରକ ଧାମନଗର ପରେ କେନ୍ଦ୍ରାପଡା ଜିଲ୍ଲାରୁ ନାଗ ସାପ ଛୁଆ ଉଦ୍ଧାର । ଜିଲ୍ଲାର ନରିଲୋ ଗାଁରୁ ୨୦ଟି ନାଗ ସାପ ଛୁଆ ଉଦ୍ଧାର କରାଯାଇଛି । ରଞ୍ଜିତ ସ୍ବାଇଁ ନାମକ ଜଣେ ବ୍ୟକ୍ତିଙ୍କ ଘରୁ ସାପ ଗୁଡିକୁ ଉଦ୍ଧାର କରାଯାଇଛି । ଗତକାଲି ସନ୍ଧ୍ୟାରେ ଘର ପାଖରେ ନାଗ ଛୁଆ ଖେଳୁଥିବା ଦେଖି ରଞ୍ଜିତ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟଙ୍କୁ ଖବର ଦେଇଥିଲେ । ଆଜି ସକାଳୁ ସ୍ନେକ ହେଲ୍ପ ଲାଇନ୍ ସଦସ୍ୟ ପ୍ରଫୁଲ୍ଲ ସ୍ବାଇଁ ତାଙ୍କ ଘରୁ ୨୦ଟି ନାଗ ଛୁଆ ଉଦ୍ଧାର କରିଛନ୍ତି । ଏଥି ସହ ୩୦ଟି ସାପ ଅଣ୍ଡା ମଧ୍ୟ ମିଳିଛି । ସାପ ଦେଖିବାକୁ ଆଖପାଖ ଅଞ୍ଚଳର ଲୋକଙ୍କ ଭିଡ ଜମିଛି ।   ସେପଟେ ଭଦ୍ରକ ନଳାଙ୍ଗ ଗାଁରୁ ଆଜି ମଧ୍ୟ ନାଗ ସାପ ଛୁଆ ଉଦ୍ଧାର ହୋଇଛି । ୧୧ଟି ନାଗ ସାପ ଛୁଆଙ୍କୁ ଧରିଛନ୍ତି ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ । ଜଗବନ୍ଧୁ ପାଣିଙ୍କ ଘରୁ ଏହି ନାଗ ସାପ ଛୁଆ ମିଳିଛି । ଜଗବନ୍ଧୁଙ୍କ ଘରର କାନ୍ଥ ଖୋଳିବା ପରେ ନାଗ ସାପ ଛୁଆ ମିଳିଥିଲେ । ତେବେ ମା ନାଗକୁ ଉଦ୍ଧାର କରିବା ବେଳେ କାନ୍ଥ ଖସି ପଡିଥିଲା । ଯାହା ଫଳରେ ମା ନାଗ ଉଦ୍ଧାର ହୋଇପାରିନି । ସାପ ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ।

Comments (0)
Add Comment