ମୁମ୍ବାଇ: ଅଭିନେତ୍ରୀ ସୋନାଲି ବେନ୍ଦ୍ରେ ବି କ୍ୟାନ୍ସର ସହିତ ଯୁଦ୍ଧ କରୁଛନ୍ତି । ଆଜି ଟ୍ବିଟ କରି ସୋନାଲି ଏହା ଜଣାଇଥିବା ବେଳେ ତାଙ୍କୁ ସିରିୟସ କ୍ୟାନ୍ସର ହୋଇଥିବା ଲେଖିଛନ୍ତି । କିଛି ଦିନ ତଳେ ଇର୍ଫାନ ଖାନ ମଧ୍ୟ ଟ୍ବିଟ୍ କରି ତାଙ୍କୁ କ୍ୟାନ୍ସର ହୋଇଥିବା ପ୍ରକାଶ କରିଥିଲେ ।
ନାଇଣ୍ଟିଜ୍ରେ ହାର୍ଟଥ୍ରବ ଥିଲେ ଏହି ଅଭିନେତ୍ରୀ। ନିଜର ବ୍ୟୁଟିଫୁଲ୍ ଆନ୍ଦାଜ ଏବଂ ରୋମାଣ୍ଟିକ୍ ଷ୍ଟାଇଲ୍ ପାଇଁ ଅନେକ ହିନ୍ଦି ତେଲୁଗୁ, ତାମିଲ ଫିଲ୍ମରେ ସେ ଦର୍ଶକଙ୍କୁ ମତୁଆଲା କରିଥିଲେ । ସୋନାଲି ବେନ୍ଦ୍ରେ।। ଏକ ଟ୍ବିଟ କରି ନିଜର ହଜାର ହଜାର ପ୍ରଶଂସକଙ୍କୁ ଚିନ୍ତାରେ ପକାଇ ଦେଇଛନ୍ତି ସୋନାଲି । ଏ ହେଉଛି ସେହି ଟ୍ବିଟ୍ ।ସେ ଲେଖିଛନ୍ତି ତାହା ଶୁଣନ୍ତୁ। I life throws you a curveball. I have recently been diagnosed with a high-grade cancer hat has metastasized । ନ୍ୟୁୟର୍କରେ ସେ ଏବେ ଚିକିତ୍ସିତ ହେଉଛନ୍ତି । ୪୩ ବର୍ଷିୟ ଏହି ଅଭିନେତ୍ରୀ ତାଙ୍କର ସେକେଣ୍ଡ ଇନିଂସ ଆରମ୍ଭ କରିଥିଲେ। ଦେହରେ ସାମାନ୍ୟ କଷ୍ଟ ବାବଦରେ ଡାକ୍ତରଙ୍କ ସହ ପରାମର୍ଶ କରିବା ବେଳେ ସେ ଜାଣିବାକୁ ପାଇଥିଲେ କ୍ୟାନ୍ସର ବାବଦରେ ଯାହା ଏବେ ସିରିୟସ ସ୍ତରରେ ରହିଛି। ଏ ସଂପର୍କରେ ଜଣା ପଡ଼ିବା ପରେ ବହୁ ସଂଖ୍ୟାରେ ପ୍ରଶଂସକ ସେହି ଟ୍ବିଟର ପେଜ୍ରେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।
ଏବେ ଆସନ୍ତୁ ଜାଣିବା ଏହି ମେଟାଷ୍ଟାଇଜ୍ଡ କ୍ୟାନ୍ସର କଣ। ଯେତେବେଳେ ଏକ କ୍ୟାନ୍ସ ଗୋଟିଏ ସ୍ଥାନରୁ ଉତ୍ପନ୍ନ ହୋଇ ଦେହର ଅନ୍ୟ ସ୍ଥାନକୁ ସଂକ୍ରମିତ ହୋଇଯାଇଥାଏ ଏହାକୁ ମେଟାଷ୍ଟାଇଜଡ ଷ୍ଟେଜ କୁହାଯାଏ। ଏହା ଷ୍ଟେଜ୍ ଫୋରରେ ଜଣା ପଡ଼ିଥାଏ।