ଲେସ୍‌ବିଆନ୍‌ ସୋନମ ! ଭିଡିଓ ଭାଇରାଲ


ମୁମ୍ବାଇ : ଅଭିନେତ୍ରୀ ସୋନମ ଲେସବିଆନ୍ । କୈଣସି ଅଭିନେତାଙ୍କୁ ନୁହେଁ ଜଣେ ଝିଅଙ୍କୁ ଭଲ ପାଉଛନ୍ତି ସୋନମ । ଆଉ ଏମିତି ଜାଣଇବା ପରେ ଦୁଖରେ ଭାଙ୍ଗି ପଡିଛନ୍ତି ସୋନମଙ୍କ ପରିବାର ଲୋକେ । ଏମିତି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ୧ ମିନିଟ ୪୨ ସେକେଣ୍ଡର ଏହି ଭିଡିଓରେ ସୋନମ କପୁର ଜଣେ ଝିଅକୁ ଭଲ ପାଇବାର କାହାଣୀ ରହିଛି । କଣ ଆପଣ ଆଉ କିଛି ଭାବୁଛନ୍ତି କି ଆମେ ସୋନମ କପୁରଙ୍କ ରିଅଲ ଲାଇଫ କଥା କହୁନୁ କହୁଛି ତାଙ୍କ ରିଲ ଲାଇଫ ବା ପରଦାର କାହାଣୀ କଥା ।


ନିକଟରେ ରିଲିଜ ହୋଇଛି ଏକ ଲଡକୀ କୋ ଦେଖା ତୋ ଐସା ଲଗାର ଏକ ଟ୍ରେଲର । ୧ ମିନିଟ ୪୨ ସେକେଣ୍ଡର ଏହି ଟ୍ରେଲରେ ଦେଖିବାକୁ ମିଳିଛି ସୋନମ କପୁରଙ୍କ ଭିନ୍ନ ଏକ ପ୍ରେମ କାହାଣୀ । ଟ୍ରେଲରୁ ଜଣା ପଡୁଛି ଫିଲ୍ମି ଏଲଜିବିଟି ସଂପ୍ରଦାୟ ଉପରେ ତିଆରି ହୋଇଛି । ଏଥିରେ ସୋନମ କପୁର ଜଣେ ଲେସବିଆନ୍ ଚରିତ୍ରରେ ନଜର ଆସୁଛନ୍ତି । ରାଜକୁମାର ଓ ସୋନମଙ୍କ ଭିତର ବନ୍ଦୁତ୍ୱକୁ ନେଇ ତାଙ୍କ ଭିତରେ କିଛି ଅଛି ବୋଲି ତାଙ୍କ ପରିବାର ଭାବି ବିବାହ ଲାଗି ବ୍ୟବସ୍ଥା କରୁଛନ୍ତି । ହଲେ କାହାଣୀ ଭିନ୍ନ ମୋଡ ନେଉଛି । ଜଣା ପଡୁଛି ସୋନମ ରାଜକୁମାର ନୁହେଁ ବଂର ଜଣେ ଝିଅଙ୍କୁ ଭଲ ପାଉଛନ୍ତି । ଏହା ଜାଣିବା ପରେ ସେମାନଙ୍କ ପରିବାର ଦୁଖରେ ଭାଙ୍ଗି ପଡୁଛନ୍ତି । ସୋନମଙ୍କ ଏହି ପ୍ରେମକୁ ପରିବାର ଲୋକେ ଗ୍ରହଣ କରୁ ନାହାନ୍ତି । ଫେବ୍ରୃଆରୀ ୧ରେ ସିନେମା ପରଦାକୁ ଆସୁଛି । ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ସେଲି ଧରା ।

Comments (0)
Add Comment