ମୁମ୍ବାଇ : ବଲିଉଡ ୍ଭିନେତ୍ରୀ ସନ୍ନି ଲିଓନୀ ସବୁବେଳେ ନିଜର ଖୋଲମଖୁଲ୍ଲା ଅଭିନୟ ପାଇଁ ଚର୍ଚ୍ଚାରେ ରହିଛନ୍ତି । ତେବେ ନିକଟରେ ନିଜର ଆଉ ଏକ ବୟାନ ଲାଗି ଚର୍ଚ୍ଚାକୁ ଆସିଛନ୍ତି ସନ୍ନି । ତାହା ପୁଣି ନିଜ ଶରୀରର ଏକ ଅଙ୍ଗକୁ ବୀମା କରିବା କଥା କହି । ଏକ ସାକ୍ଷାତକାରରେ ଏପରି ମତ ଦେଇ ଚର୍ଚ୍ଚାକୁ ଆସିଛନ୍ତି ଲିଓନି । ସନ୍ନି କହିଛନ୍ତି ସେ ନିଜ ଶରୀରର ଏକ ଅଙ୍ଗକୁ ବୀମା କରିବାକୁ ଚାହିଁଛନ୍ତି କାହିଁକି ନା ସେ ନିଜର ସେଇ ଅଙ୍ଗକୁ ସବୁଠୁ ଅଧିକ ଭଲ ପାଆନ୍ତି । ସେ ବୀମା କରିବାକୁ ଚାହୁଁଥିବା ନିଜ ପୁରା ଶରୀରରେ ସେଇ ଅଙ୍ଗକୁ ସବୁଠୁ କୁଆଡେ ଅଧିକ ପସନ୍ଦ କରନ୍ତି ସନ୍ନି । ତେଣୁ ସେଇ ଅଙ୍ଗର ବୀମା କରିବାକୁ ତାଙ୍କର ଇଛା ବୋଲି ସେ କହିଛନ୍ତି ।
ଇଣ୍ଟର୍ଭ୍ୟୁରେ ଏକ ପ୍ରଶ୍ନରେ ସନ୍ନି ଲିଓନୀ କହିଲେ ଯେ, ତାଙ୍କୁ ତାଙ୍କ ଚେହେରା ବହୁତ ପସନ୍ଦ। ଏଥିପାଇଁ ସେ ନିଜର ଚେହେରାର ବୀମା କରିବାକୁ ଚାହୁଁଛନ୍ତି।
ଗୁଗଲରେ ସବୁଠୁ ଅଧିକ ସର୍ଚ୍ଚ କରାଯାଇଥିବା ସେଲିବ୍ରିଟୀଙ୍କ ଲିଷ୍ଟରେ ସନ୍ନି ଲିଓନୀ ପୂର୍ବରୁ ଆଡଲ୍ଟ ଷ୍ଟାର ଥିଲେ, ଯେଉଁ କାରଣରୁ ବିବାଦ ତାଙ୍କ ପାଖ ଛାଡି ଯାଉନଥିଲା। କିନ୍ତୁ ବର୍ତ୍ତମାନ ସନ୍ନି ଲିଓନୀ ବଲିଉଡ ଇଣ୍ଡଷ୍ଟ୍ରୀର ନିଜର ସ୍ଥାନ ମଜବୁତ କରି ରଖିଛନ୍ତି। ବଲିଉଡ୍ ଇଣ୍ଡଷ୍ଟ୍ରୀ ହେଉ କିମ୍ବା ଟେଲିଭିଜନ ଇଣ୍ଡଷ୍ଟ୍ରୀ କିମ୍ବା ସୋସିଆଲ ମିଡିଆ ପ୍ଲାଟଫର୍ମ ହେଉ ନା କାହିଁକି, ସନ୍ନି ଲିଓନୀ ସବୁ ଦିଗରୁ ଚର୍ଚ୍ଚାରେ ରହିଥାନ୍ତି।