ଏସପି -ବିଏସପି ମେଣ୍ଟ ସମାନ ସମାନ ୩୮-୩୮ଟି ଆସନରେ ଲଢିବେ
ନୂଆଦିଲ୍ଲୀ : ୧୯ ନିର୍ବାଚନରେ ବିଜେପିକୁ ଟକ୍କର ଦେବାକୁ ଉତ୍ତରପ୍ରେଦଶରେ ଏସପି-ବିଏସପି ମହାମେଣ୍ଟର ଘୋଷଣା। ୨୫ ବର୍ଷପରେ ବିଜେପି ବାଟ ଓଗାଳିବାକୁ ପୁଣି ଥରେ ଏକାଠି ହୋଇଛନ୍ତି ଏସପି-ବିଏସପି। ଆଜି ଲକ୍ଷ୍ନୌରେ ସାମ୍ବାଦିକ ସମ୍ମିଳନୀ କରି ବିଏସପି ସୁପ୍ରିମୋ ମାୟାବତି ଓ ଏସପି ସୁପ୍ରିମୋ ଅଖିଳଶ ଯାଦବ ମହାମେଣ୍ଟ ନେଇ ଘୋଷଣା କରିଛନ୍ତି। ୮୦ ଲୋକସଭା ଆସନ ବିଶିଷ୍ଟ ଉତ୍ତରପ୍ରଦେଶରେ ଏସପି -ବିଏସପି ମେଣ୍ଟ ସମାନ ସମାନ ୩୮-୩୮ଟି ଆସନରେ ଲଢିବେ ବୋଲି ଘୋଷଣା ହୋଇଛି। ବରେଲି ଓ ଆମେଥି ଆସନ କଂଗ୍ରେସ ପାଇଁ ଛାଡିଛନ୍ତି। ଦୁଇଟି ଆସନ ବାକି ଦଳ ପାଇଁ ଛାଡିଛନ୍ତି। ୧୯୯୩ରେ ଅଯୋଧ୍ୟା ପ୍ରସଙ୍ଗରେ ବିଜେପିକୁ ଚେକ୍ ଦେବାକୁ ବିଏସପି ନେତା କାଂଶିରାମ ଓ ଏସପି ପ୍ରତିଷ୍ଠାତା ମୁଲାୟମ ସିଂ ଯାଦବ ହାତ ମିଳାଇଥିଲେ। ଉତ୍ତରପ୍ରଦେଶରେ ମେଣ୍ଟକୁ ସ୍ଥାୟୀ ବୋଲି ଦାବି କରିଛନ୍ତି ଅଖିଳେଶ ଯାଦବ। ମାୟାବତୀଙ୍କୁ ଦେଶର ପ୍ରଧାନମନ୍ତ୍ରୀଭାବେ ହେବା ପ୍ରସଙ୍ଗରେ ଅଖିଲେଶ କହିଛନ୍ତି ସବୁ ସମୟରେ ଉତ୍ତରପ୍ରଦେଶ ଦେଶକୁ ପ୍ରଧାନମନ୍ତ୍ରୀ ଦେଇଛି । ଉତ୍ତରପ୍ରଦେଶରୁ ପୁଣି ଥରେ ଆଉ ଜଣେ ପ୍ରଧାନମନ୍ତ୍ରୀ ହୁଅନ୍ତୁ ବୋଲି ସେ ଚାହାଁନ୍ତି ବୋଲି କହିଛନ୍ତି ଅଖିଲେଶ।