ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିନେଇ ସରକାରୀ ତନାଘନା ଆରମ୍ଭ ହୋଇଛି

ଶ୍ରୀମନ୍ଦିର ରତ୍ନଭଣ୍ଡାର ଚାବିନେଇ ସରକାରୀ ତନାଘନା ଆରମ୍ଭ ହୋଇଛି । ଚାବି ହଜିଯିବା ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚାବିକୁ ନେଇ ରାଜନୀତି ଜୋର ଧରିବା ବେଳେ ଦଇତାପତି ନିଯୋଗ ସଭାପତି ଗଜପତିଙ୍କୁ ଟାର୍ଗେଟ୍ କରିଛନ୍ତି । କିନ୍ତୁ ଶ୍ରୀମନ୍ଦିର ପ୍ରଶାସନ ଏକ ପ୍ରେସ୍ ରିଲିଜ୍ ମାଧ୍ୟମରେ ଜନସାଧାରଣଙ୍କୁ ବିଭ୍ରାନ୍ତ ନହେବା ପାଇଁ ଅନୁରୋଧ କରିଛି । ପ୍ରେସ୍ ରଲିଜ୍ ରେ କୁହାଯାଇଛି ଯେ ମହାପ୍ରଭୁଙ୍କ ସମସ୍ତ ଅଳଙ୍କାର ରତ୍ନ ଭଣ୍ଡାରରେ ସୁଦୃଢ଼ ସଂରକ୍ଷଣ ବ୍ୟବସ୍ଥାରେ ଅଛି ।

Comments (0)
Add Comment