ପୁରୀ : ଶ୍ରୀମନ୍ଦିରରେ ପାଳନ ହୋଇଛି ରକ୍ଷାବନ୍ଧନ ଓ ବଳଭଦ୍ର ଜନ୍ମେ।ତ୍ସବ। ଭଉଣୀ ସୁଭଦ୍ରା ୪ ଟି ରାକ୍ଷୀ ବାନ୍ଧିଛନ୍ତି ଭାଇ ବଳଭଦ୍ର ଓ ଜଗନ୍ନାଥଙ୍କ ହାତରେ। ପାଟରା ସେବାୟତମାନେ ଦୀର୍ଘ ଏକ ମାସ ନିଷ୍ଠାରେ ରହି ତିଆରି କରିଥିବା ବାସୁଙ୍ଗା ପାଟର ରାକ୍ଷୀକୁ ଶ୍ରୀମନ୍ଦିର ନେଇଥିଲେ। ସେଠାରେ ଏହି ରାକ୍ଷୀକୁ ମେକାପ ସେବାୟତଙ୍କୁ ଅର୍ପଣ କରିବା ପରେ ମେକାପ ସେବାୟତ ମାନେ ଏହାକୁ ସିଂହାରୀ ସେବାୟତଙ୍କ ହାତରେ ଦେଇଥିଲେ। ଏହାପରେ ଶ୍ରୀଜୀଉଙ୍କ ହାତରେ ବନ୍ଧା ଯାଇଥିଲା ରାକ୍ଷୀ। ରକ୍ଷାବନ୍ଧନ ସହ ଆଜି ମଧ୍ୟ ବଳଭଦ୍ରଙ୍କ ଜନ୍ମୋତ୍ସବ। ଏହି ଜନ୍ମୋତ୍ସବ ପୁଷ୍କରିଣୀ ମାର୍କଣ୍ତରେ ଅନୁଷ୍ଠିତ ହେବ ସଂନ୍ଧ୍ୟା ସମୟରେ। ମଧ୍ୟାହ୍ନ ଧୂପ ପରେ ପ୍ରଭୁ ସୁଦର୍ଶନଙ୍କୁ ବିମାନରେ ନିଆଯିବ ମାର୍କଣ୍ତ ପୁଷ୍କରିଣୀକୁ। ସେଠାରେ ପାଳିଆ ସେବାୟତ ମାନେ ମାଟି ପିତୁଳାରେ ବଳଭଦ୍ରଙ୍କ ଜନ୍ମନୀତି ସଂପୂର୍ଣ୍ଣ କରିବେ। ରକ୍ଷାବନ୍ଧନ ଓ ବଳଭଦ୍ରଙ୍କ ଜନ୍ମନୀତି ପାଇଁ ଶ୍ରୀମନ୍ଦିରରେ ଭକ୍ତଙ୍କ ଗହଳି ଲାଗିଛି ।