ଭୁବନେଶ୍ବର : ବଢିଲା ଖରା ଛୁଟି । ରାଜ୍ୟର ସବୁ ସ୍କୁଲରେ ଆଉ ୩ଦିନ ଖରା ଛୁଟି ବଢିଛି । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ଜୁନ୍ ୧୮ ବଦଳରେ ୨୧ ତାରିଖରେ ସ୍କୁଲ ଖୋଲିବ । ଗଣଶିକ୍ଷା ସଚିବ ପ୍ରଦୀପ୍ତ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏପ୍ରିଲ ୨୫ରୁ ଗ୍ରୀଷ୍ମ ଅବକାଶ ଆରମ୍ଭ ହୋଇଥିଲା । ଜୁନ ୧୮ରେ ଖୋଲିବାକୁ ଥିଲା ସ୍କୁଲ । ହେଲେ ମୈସୁମି ବାୟୁ ପ୍ରବାହ ହୋିଥିଲେବି ମୈସୁମି ନିଷ୍କ୍ରିୟ ହୋଇଯାଇଛି । ଦୁଇ ଦିନ ହେଲା ତାପ ମାତ୍ରା ୪୧ ଡିଗ୍ରି ଉପରେ ରହୁଛି । ଏହା ସହ ଅତ୍ୟଧିକ ଗରମ ସାଙ୍ଗକୁ ଗୁଳୁ ଗୁଳି ଅନୁଭୁତ ହେଉଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଖରାଛୁଟି ଅବଧି ବଢାଇଛନ୍ତି ।