ନୂଆଦିଲ୍ଲୀ : ଦିଲ୍ଲୀର ବୁରାରି ରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତଦେହ ଉଦ୍ଧାର ହେବା ଘଟଣାରେ ଦିନକୁ ଦିନ ନୂଆ ନୂଆ ତଥ୍ୟ ଆଧାରରେ ତଦନ୍ତ ଆଗକୁ ବଢାଉଛି ପୋଲିସ । ୧୧ ପାଇପ,୧୧ ରଡ ଓ ତନ୍ତ୍ର ମନ୍ତ୍ର ଓ ମୃତ୍ୟୁ ପୂର୍ବର ପ୍ରସ୍ତୁତିର ଭିଡିଓ ଆସିବା ପରେ ଏହି ଘଟଣାରେ ଜଣେ ମହିଳା ତାନ୍ତ୍ରୀକ ଗୀତା ମା ପାଖରେ ପହଁଚିଥିଲା ପୋଲିସ । ତାଙ୍କ ଭାଟିଆ ପରିବାର ସହ ସଂପର୍କ ଥିବା ଓ ବିଭଇନ୍ନ ଘଟଣାରେ ପରିବାର ଲୋକେ ତାଙ୍କ ଠୁ ପରାମର୍ଶ ନେଉଥିବା କଥା ସାମ୍ମନାକୁ ଆସିବା ପରେ ପୋଲିସ ଗୀତା ମାକୁ ଅଟକ ରଖିଥିଲା ପୋଲିସ । ଏବେ ଗୀତା ମାଠୁ କିଛି ନୂଆ ତଥ୍ୟ ପୋଲିସ ପାଉଥିବା କୁହାଯାଉଛି । ପୁଲିସ୍ ତାନ୍ତ୍ରିକ ଗୀତା ମାଆକୁ ୨ ଘଣ୍ଟା ଧରି ଏ ବିଷୟରେ ପଚରାଉଚରା କରିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ଲଲିତ୍ ନିକଟରେ ଏହି ତାନ୍ତ୍ରିକ ଗୀତାଙ୍କୁ ଭେଟିଥିଲେ ଏବଂ ଜୁଲାଇ ୧୦ରେ ପୁଣି ଥରେ ଭେଟିବାକୁ ଆସିବେ ବୋଲି କହି ଫେରିଥିଲେ।
ତେବେ ଗୀତା କହିଛନ୍ତି କି ସେ ଏହି ଗଣମୃତ୍ୟୁ ସଂପର୍କରେ କିଛି ବି ଜାଣନ୍ତି ନାହିଁ। ଏପରିକି ଜୁଲାଇ ୧ରେ ଏହି ବର୍ବର କାଣ୍ଡ ଘଟିବା ପେରେ ପୁଲିସ୍ ପରିବାର ଲୋକଙ୍କର ଯେଉଁ ଫୋନ୍ ଜବତ କରିଥିଲା ସେଥିରେ ମଧ୍ୟ ଗୀତାଙ୍କର ଗୋଟାଏ ହେେଏ ବି ମେସେଜ୍ ନଥିଲା। ଏହି ଘଟଣାକୁ କେତେକ ସଂପର୍କୀୟ ହତ୍ୟା ବୋଲି ଦାବି କରିବା ପରେ ପୁଲିସ୍ ତତନ୍ତ ଜାରି ରଖିଛି।