ଏକାଠି ହେଉଛନ୍ତି ଅସନ୍ତୁଷ୍ଟ ନେତା : ମେଳି ବାନ୍ଧୁଛନ୍ତି ବିରୋଧୀ

ବଦଳିବ କି ରାଜ୍ୟ ରାଜନୀତି ସମୀକରଣ

ଭୁବନେଶ୍ୱର : ରାଜ୍ୟ ରାଜନୀତିର ସମୀକରଣ ବଦଳି ବାକୁ ଯାଉଛି । ରାଜ୍ୟର ଛୋଟ ଛୋଟ ଆଞ୍ଚଳିକ ଦଳ ଏକାଠି ମେଳିବାକୁ ଉଦ୍ୟମ କରିବା ଆରମ୍ଭ କରିଛନ୍ତି । କେବଳ ବିରୋଧୀ ଦଳ ନୁହଁନ୍ତି ଖାସ କରି ବିଜେଡିରୁ ଅଲୋଡା ହୋଇଥିବା ନେତା ବି ଏକାଠି ହେଉଛନ୍ତି । ସେମାନଙ୍କ ସହ ସ୍ୱର ମିଳାଉଛନ୍ତି ରଷ୍ଟ୍ରିୟ ଦଳ ବିଜେପି ଛାଡିଥିବା କିଛି ନେତା । ଏହି ନେତା ଓ ଛୋଟ ଛୋଟ ଦଳ ମିଶି ରାଜ୍ୟରେ ଏକ ବିରୋଧୀ ମେଣ୍ଟ ଗଢିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଖାସ କରି ବିଜେପି ଓ ବିଜେଡି ବିରୋଧରେ ଏକାଠି ହୋଇ ଆସନ୍ତା ନିର୍ବାଚନ ମଇଦାନକୁ ଓହ୍ଲାଇବା ମୁଡରେ ଆସିଗଲେଣି ଏହି ନେତା ଓ ଛୋଟ ଛୋଟ ଦଳର ମୁଖିଆ ମାନେ । ଯାହା ରାଜ୍ୟ ରାଜନୀତିରେ ନୂଆ ସମୀକରଣର ସୂଚନା ଦେଉଛି । ଉକ୍ରଳ ଭାରତ ପାର୍ଟିର ମୁଖିଆ ଖାରବେଳ ସ୍ୱାଇଁଙ୍କ ମତ ଏହି ଆଲୋଚନାକୁ ଖୋରାକ ଯୋଗାଉଛି ।
ବିଜେଡି ବିରୋଧରେ ମହାମେଣ୍ଟ ଗଠନ ନେଇ ଆଜି ସଙ୍କେତ ଦେଇଛନ୍ତି ଖାରବେଳ ସ୍ୱାଇଁ । ଏହି ମହାମେଣ୍ଟର ରୂପରେଖ ୧୫ ଦିନ ଭିତରେ ସ୍ପଷ୍ଟ ହେବ ଏବଂ ଏଥିପାଇଁ କଥାବାର୍ତା ଚାଲିଛି ବୋଲି କହିଛନ୍ତି ଉତ୍କଳ ଭାରତର ସଭାପତି । ସେ କହିଛନ୍ତି, ଏଥିରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା, ପୂର୍ବତନ ମନ୍ତ୍ରୀ ଦାମ ରାଉତ ଓ ପୁରୀର ପୂର୍ବତନ ସାଂସଦ ବ୍ରଜ କିଶୋର ତ୍ରିପାଠୀ ସାମିଲ ହୋଇପାରନ୍ତି । ଏହି ମହାମେଣ୍ଟ ବିଜେଡି ବିରୋଧରେ ଲଢିବ । ତେବେ ବିଜେପି ସହ କୌଣସି ପ୍ରକାରର ବୁଝାମଣା ହେବ ନାହିଁ ବୋଲି ଖାରବେଳ ସ୍ପଷ୍ଟ କରିଛନ୍ତି ।
ଖାରବେଳ ଦାବି କରୁଛନ୍ତି, ଓଡିଶାରେ ବିଜେଡିର ବିକଳ୍ପ ହୋଇ ଲୋକଙ୍କୁ ସୁଶାସନ ଦେଇପାରିବ ଏହି ମହାମେଂଟ । ବିଜେଡି ସରକାର ବିରୋଧୀ ହାୱାରୁ ଫାଇଦା ମିଳିବ । ଏପରିକି ରାଜ୍ୟରେ ବିଜେଡିକୁ କଡା ଟକ୍କର ଦେଉଥିବା ଭାରତୀୟ ଜନତା ପାର୍ଟି ଯଦି ତାର ଆଭିମୁଖ୍ୟରେ ପରିବର୍ତନ କରେ ତାହାହେଲେ ବିଜେପିକୁ ସାଙ୍ଗରେ ନେବାରେ କିଛି ଅସୁବିଧା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ବିଜେପି ଛାଡି ରାଜ୍ୟ ରାଜନୀତିରେ ଗତ କିଛି ବର୍ଷ ହେବ ନୂଆ ଦଳ ଗଢି ଲଢେଇ କରୁଛନ୍ତି ପୂର୍ବତନ ସାଂସଦଖାରବେଳ ସ୍ୱାଇଁ । ଏମିତିକି ଆମ ଓଡିଶା ସହ ମିଶି ଗତ ନିର୍ବାଚନ ଲଢିଥିଲେ ଖାରବେଳ ଓ ତାଙ୍କ ପାର୍ଟି । ହେଲେ ସୈମ୍ୟ ବାବୁ ମାଠିଆ ଭାଙ୍ଗି ଶଙ୍ଖ ଫୁଙ୍କିବାରୁ ଏବେ ଏକା ଏକା ଲଢୁଛନ୍ତି ଖାରବେଳ । ରାଜ୍ୟ ସରକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ସେହିପରି ସାଂସହ ବୈଜୟନ୍ତ ପଣ୍ଡା ମଧ୍ୟ ବିଜେଡିରୁ ବିଦାହେବା ପରେ ସରକାର ଓ ସରକାରୀ ଦଳ ବିରୋଧୀ ହୋଇଛନ୍ତି । ବିଜେପିରେ ସେ ମିଶିବେ ବୋଲି ଚର୍ଚ୍ଚା ହେଉଥିଲେବି ତାହା ହୋଇପାରୁନି । ତେଣୁ ସେ ବି ନିଜର ରାସ୍ତା ଖୋଜୁଥିବା ଚର୍ଚ୍ଚା ହେଉଛି ।
ସେହିପରି ବିଜେଡିର ପୂର୍ବତନ ଉପସଭାପତି, ପୂର୍ବତନ ମନ୍ତ୍ରୀ ତଥା ବିଜୁ ବାବୁଙ୍କ ଅନୁଗତ କୁହାଯାୁଥିବା ଦାମଦୋର ରାଉତ ମଧ୍ୟ ବିଜେଡିରୁ ବହିଷ୍କୃତ ହେବା ପରେ ସରକାରଙ୍କ ବିରୋଧରେ ଯୁଦ୍ଧ ଦେହୀ ଡାକରା ଦେଇଛନ୍ତି । ରାଜ୍ୟସାରା ବୁଲି ବୁଲି ସରକାରଙ୍କ ବିରୋଧରେ ଗାଇ ବୁଲୁଛନ୍ତି । ସିଧା ସଳଖ ବିଜେଡିକୁ ଟାଗେର୍ଟ କରୁଛନ୍ତି ଦାମ ବାବୁ । ନୂଆ ଦଳ ଗଢିବେ ବୋଲି ଗୋଷଣା କରିଥିଲେ ହେଲେ ତାହା ନକରି ବ୍ରଜ ତ୍ରୀପାଠୀଙ୍କ ସମତା କ୍ରାନ୍ତି ଦଳରେ ମିଶିଛନ୍ତି ।ହେଲେ ସେଠି ବି ନିଜକୁ ଖାପ ଖୁଆଇ ନପାରି ବିଖଲ୍ଫ ସନ୍ଧାନରେ ଅଛନ୍ତି ଦାମ ବାବୁ ।
ବ୍ରଜ କିସୋର ତ୍ରୀପାଠୀ ଏକଦା ବିଜେଡିରେ ଥିଲେ । ସାଂସଦ ହୋଇଥିଲେ । କିନ୍ତୁ ଦଳରୁ ଅଲୋଡା ହୋଇ ଏବେ ନିଜେ ସମତାକ୍ରାନ୍ତି ଦଳ ଗଢିଛନ୍ତି । ତାଙ୍କ ଦଳର ଜଣେ ମାତ୍ର ବିଧାୟକ ଥିଲେ ବି ନିକଟରେ ସେ (ଜର୍ଜ ତୀର୍କୀ ) ଦଳ ଛାଡି କଂଗ୍ରେସରେ ମିଶିଛନ୍ତି । ତେଣୁ ନିଜର ସ୍ଥିତି ଜାହିର କରିବା ରାସ୍ତାରେ ଅଛନ୍ତି ବ୍ରଜ ବାବୁ ବୋଲି କୁହାଯାଉଛି ।

ଏହି ନେତା ମାନଙ୍କ ପଛକୁ ରହିଛନ୍ତି ବିଜେପି ଛାଡି ଥିବା ଦୁଇ ନେତା ବିଜୟ ମହାପାତ୍ର ଓ ଦିଲ୍ଲୀପ ରାୟ । ଏମାନେ କୁଆଡେ ଯିବେ ସନେଇ ବି ଅଙ୍କ କଷା ଚାଲିଛି । ସେମିତି ପଞ୍ଚାନନ କାନୁନୋ , ଯଂଗ୍ୟ ସ୍ୱର ବାବୁଙ୍କ ପରି ଅନେକ ନେତା ଏବେ ବି ରାଜନୀତି ମଇଦାନରେ ନିଜ ନିଜ ସ୍ଥିତିଜାହିର କରିବା ଲାଗି ଚାହୁଁଛନ୍ତି । ହେଲେ ସେମାନଙ୍କୁ କିଛି ରାସ୍ତା ମିଳୁନି ବୋଲି ଚର୍ଚ୍ଚା ହେଉଛି ।
ଏକଦା ରାଜ୍ୟ ରାଜନୀତିରେ ଗୁରୁତ୍ୱ ବହନ କରୁଥିବା ଏହି ନେତା ।ନେ ଏବେ ବିଖଲ୍ଫ ସନ୍ଧାନରେ ଅଛନ୍ତି । ତେବେ ଏମାନେ ଯଦି ଏକାଠି ହୋଇ ଏକ ବିଖଳ୍ପ ମଞ୍ଚ କରନ୍ତି ତେବେ ରାଜ୍ୟରେ ଏକ ନୂଆ ସମୀକରଣ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଏମାନେ ୧୯ ବର୍ଷ ଧରି ଶାସନ କ୍ଷମତାରେ ଥିବା ଓ ଲୋକଙ୍କ ପାଖରେ ପହଁଚି ପାରିଥିବା ବିଜେଡିକୁ କେତେ ଟକ୍କର ଦେଇପାରିବେ ତାହା ନିର୍ବାଚନ ପରେ ହିଁ ଜଣା ପଡିବ ।

Comments (0)
Add Comment