ମଧ୍ୟପ୍ରଦେଶର କାହ୍ନା ପାଇଁ ଆସୁଛି ବାନ୍ଧବଗଡରୁ ବାନ୍ଧବୀ

ଭୁବନେଶ୍ବର : ଦ୍ୱିତୀୟ ପର୍ଯ୍ୟାୟରେ ସାତକୋଶିଆ ଅଭୟାରଣ୍ୟକୁ ଆସୁଛି ଏକ ବାଘୁଣୀ । ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜାତୀୟ ଅଭୟାରଣ୍ୟରୁ ଆସୁଛି କାହ୍ନାର ବାନ୍ଧବୀ । ମିଳିଥିବା ସୂଚନା ଅନୁସାରେ ଗତକାଲି ଠାରୁ ବାଘୁଣୀକୁ ଟ୍ରଙ୍କୁଲାଇଜର ଦିଆଯାଇ ଅପରାହ୍ନରେ ଏକ ସ୍ୱତନ୍ତ୍ର ଗାଡି ବାହାରିଥିବ ଜଣା ପଡ଼ିଛି । ଏକ ସ୍ୱତନ୍ତ୍ର ଟିମ ସହ ମଧ୍ୟପ୍ରଦେଶର ପ୍ରାଣୀ ଚିକିତ୍ସକ ଏବଂ ଅନୁଗୋଳର ପ୍ରାଣୀ ଚିକିତ୍ସକ ନିୟୋଜିତ ଅଛନ୍ତି । 700 କିଲୋମିଟର ଅତିକ୍ରମ କରି ଏହି ସ୍ୱତନ୍ତ୍ର ଗାଡି ଆସୁଛି । ଆଜି ସୁଧା ବାଘୁଣି ସାତକୋଶିଆ ଜଙ୍ଗଲରେ ପହଞ୍ଚିବା ସମ୍ଭାବନା ରହିଛି । ବାଘୁଣୀର ବୟସ ୩ ବର୍ଷ ମଧ୍ୟରେ ହେବ । ପୂର୍ବରୁ ଆସିଥିବା ବାଘ କାହ୍ନାର ବୟସ ୪ ବର୍ଷ ।  ଏହା ପରେ ଆଉ ଦୁଇ ଯୋଡ଼ା ବାଘ ବାଘୁଣୀ ଆସନ୍ତା ଜୁଲାଇ ରେ ଆସିବ ବୋଲି ଜଣା ପଡ଼ିଛି ।

Comments (0)
Add Comment