ଗ୍ୟାଙ୍ଗଷ୍ଟର୍ ଟିଟୋକୁ ଏନକାଉଁଟର୍

ଭୁବନେଶ୍ବର : ମାତିଛି ଓଡ଼ିଶା ପୋଲିସ୍ । ଜୋରଦାର୍ କରିଛି ଅପରାଧୀ ଦମନ ଅଭିଯାନ । ଚଣ୍ଡିଖୋଲରେ ଡ୍ରେଡେଡ୍ ଗ୍ୟାଙ୍ଗଷ୍ଟର୍ ଟିଟୋକୁ ଏନକାଉଁଟର୍ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ୍ । ଟିଟୋ ଆହତ ହୋଇଥିବା ବେଳେ ପ୍ରଥମେ ତାଙ୍କୁ ବଡ଼ଚଣା ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା । ପରେ କଟକ ବଡ଼ ମେଡିକାଲ୍ ସ୍ଥାନାନ୍ତର କରାଯାଇଛି ।

ଗ୍ୟାଙ୍ଗଷ୍ଟର୍ ଟିଟୋକୁ ଏନକାଉଁଟର୍ । ଯାଜପୁର ଚଣ୍ଡିଖୋଲରେ ଟେଣ୍ଡର୍ ମାଫିଆ ଟିଟୋକୁ ଏନକାଉଁଟର୍ କରିଛି କ୍ରାଇମବ୍ରାଞ୍ଚର ଏସଟିଏଫ୍ । ଚଣ୍ଡିଖୋଲ ଦେଇ କେନ୍ଦ୍ରାପଡ଼ା ଯିବାର ଥିଲା ଟିଟୋ । ଯାହାର ଟିକିନିଖି ଖବର ଲାଗିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ୍ ହାତରେ । ଯେଉଁଥି ପାଇଁ ଏସଟିଏଫ ଡିଆଇଜି ହିମାଂଶୁ ଲାଲଙ୍କ ନେତୃତ୍ବରେ ଚଣ୍ଡିଖୋଲରେ ଛକି ରହିଥିଲା ସ୍ବତନ୍ତ୍ର ଟିମ୍ । ଡନ୍ ଟିଟୋର ଟିଟୋର କାର୍ ଲାଗିବା କ୍ଷଣି ତାକୁ ପ୍ରଥମେ ଧରିବାକୁ ଚେଷ୍ଟା କରିଥିଲେ । ଡିଆଇଜି ହିମାଂଶୁ ଲାଲ୍, ତାକୁ ଧରିବାକୁ ଯିବା ବେଳେ ଫିଲ୍ମ ଷ୍ଟାଇଲରେ ପୋଲିସ୍ ଉପରକୁ ଫାୟାରିଂ କରିଥିଲେ ଟିଟୋ ଓ ତା ସହ ଥିବା ୩ ସହଯୋଗୀ । ପୋଲିସ୍ ଉପରକୁ ଦୁଇ ରାଉଣ୍ଡ ଫାୟାରିଂ କରିଥିଲା ଟିଟୋ ଗ୍ୟାଙ୍ଗ୍ । ହେଲେ ସେସବୁ ମିସ୍ ହୋଇ ଯାଇଥିଲା । ଆଉ ତା ପରେ ପୋଲିସ୍ ଆରମ୍ଭ କରିଥିଲା କାଉଁଟର୍ ଫାୟାରିଂ । ପୋଲିସ୍ ଗୁଳି ସିଧା ବାଜିଥିଲା ଟିଟୋର ବାମ ଗୋଡ଼ରେ । ଆଉ ସେହିଠାରେ ହିଁ ପିସ୍ତଲ ଫିଙ୍ଗି ସେ ଦୌଡ଼ିବା ଆରମ୍ଭ କରିଥିଲା । ଏସଟିଏଫ୍ ସଦସ୍ୟ କିନ୍ତୁ ସେମାନଙ୍କୁ ତଡ଼ି ତଡ଼ି ମାଡ଼ି ବସିଥିଲେ ।

କଟକରୁ କେନ୍ଦ୍ରାପଡ଼ାରେ ଦୀର୍ଘଦିନ ଧରି ଟିଟୋ ଚଳାଇଥିଲା ଟେଣ୍ଡର୍ ଫିକ୍ସିଂ । ଡି ବ୍ରଦର୍ସ ପୋଲିସ୍ ନେଟରେ ପଡ଼ିବା ପରେ ପତିଆରା ବଢାଇଥିଲା ଟିଟୋ । କିଛିଦିନ ତଳେ ଆତଙ୍କବାଦୀ କାର୍ଯ୍ୟକଳାପ ଅଭିଯୋଗରେ ଗିରଫ ଅବଦୁର ରେହେମାନଙ୍କ ଭାଇ ତାହିରଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ଏକ ଟେଣ୍ଡରକୁ ନେଇ ଟିଟୋ ଗ୍ୟାଙ୍ଗ ହିଁ ତାହିରଙ୍କ ଉପରକୁ ଗୁଳି ଚଳାଇଥିଲେ । ସେହି ଘଟଣାରେ ପୋଲିସ୍ ୬ ଜଣଙ୍କୁ ଗିରଫ କରି ପଚରା ଉଚରା ଚଳାଇଥିବା ବେଳେ କିଙ୍ଗ୍ ପିନ୍ ଟିଟୋର ହାତ ଥିବା ଜାଣିବାକୁ ପାଇଥିଲା । ତେଣୁ ଟେଟୋକୁ ଧରିବାକୁ କ୍ରାଇମବ୍ରାଞ୍ଚ ଏସଟିଏଫକୁ ଦେଇଥିଲେ ଦାୟିତ୍ବ ।

ଟିଟୋ ତା ସ୍ତ୍ରୀ ନାଁରେ ହରିଦାସପୁର ରେଳଲାଇନ୍ ଏବଂ ଜଳସେଚନ ବିଭାଗରେ ଏକ ବଡ ଟେଣ୍ଡର କାମ ନେଇଛି । ଯାହାକୁ ତାର ହେଞ୍ଚ ମ୍ୟାନ୍ ତଦାରଖ କରୁଥିବା ବେଳେ ପୋଲିସ୍ ଭୟରେ ସେ ଏଠିସେଠି ଲୁଚୁଥିଲା । ରାଜ୍ୟ ବାହାରକୁ ଚାଲି ଯାଇଥିଲା ସେ । କିନ୍ତୁ ମଝିରେ ମଝିରେ କେନ୍ଦ୍ରାପଡ଼ା ଆସୁଥିଲା । କିନ୍ତୁ ଏଥର ଚଣ୍ଡିଖୋଲରେ ଏସଟିଏଫ୍ ପଞ୍ଝାରେ ପଡ଼ିଗଲା ।

Comments (0)
Add Comment