ଆଜି ଦିଲ୍ଲୀ ଯିବେ ଦେଶଦ୍ରୋହୀ ଅଭିଯୁକ୍ତ ଶରଜୀଲ

ପାଟନା: ଦେଶଦ୍ରୋହ ମାମଲାରେ ଗିରଫ ହୋଇଥିବା ଅଭିଯୁକ୍ତ ଶରଜୀଲ ଇମାମକୁ ଆଜି ଦିଲ୍ଲୀ ପଠାଯିବ । ଶରଜୀଲକୁ ମଙ୍ଗଳବାର ଦିନ ଜହାନାବାଦର କାକୋ ଥାନା ଅଂଚଳରୁ ଗିରଫ କରାଯାଇଥିଲା । ଗିରଫ ହେବା ପରଠାରୁ ଶରଜୀଲକୁ ୧୫ ଘଂଟା ଯାଏଁ କଡ଼ାସୁରକ୍ଷା ମଧ୍ୟରେ ମହିଳା ଥାନାରେ ରଖାଯାଇଥିଲା ।

ଗଣମାଧ୍ୟମର ରିପୋର୍ଟ ଅନୁସାରେ ଶରଜୀଲ ଆଜି ଦିଲ୍ଲୀରେ ପହଂଚିବେ । ଦିଲ୍ଲୀ ପୋଲିସର ଅପରାଧ ଶାଖାର ଏକ ଟିମ ବିହାର ପୋଲିସର ସହଯୋଗରେ ତାଙ୍କୁ ଗିରଫ କରିଥିଲା ।

ଜହାନାବାଦ ପୋଲିସ ଅଧୀକ୍ଷକ ମନୀଷ କହିଛନ୍ତି, ଶରଜୀଲକୁ ପୋଲିସ ମଙ୍ଗଳବାର କାକା ଥାନା ଅଂଚଳରୁ ଗିରଫ କରିଛି । ପୋଲିସ ତାକୁ ଜହାନାବାଗସ୍ଥିତ ଏକ ଅଦାଲତରେ ହାଜର କରିଥିଲା । ଏଠାରୁ ଟ୍ରାଞ୍ଜିଟ ରିମାଣ୍ଡ ମିଳିବା ପରେ ପାଟଣା ପଠାଯାଇଥିଲା । ପୋଲିସ ମୁଖ୍ୟ କାର୍ଯ୍ୟାଳୟର ଜଣେ ବରିଷ୍ଠ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଶରଜୀଲକୁ ଗିରଫ କରିବା ଏକ ବଡ଼ ସଫଳତା କୁହାଯିବ । ସେ କହିଛନ୍ତି, ଜାନୁଆରୀ ୨୫ରେ ଦିଲ୍ଲୀ ପୋଲିସ ବିହାର ପହଂଚି ସାରିଥିଲା ଏବଂ ବିହାର ପୋଲିସ ସହଯୋଗରେ ଗିରଫ କରିଛି । ସୂଚନାଯୋଗ୍ୟ, ଦେଶ ବିଭାଜନ ମୂଳକ ବୟାନ ଦେଇଥିବାରୁ ଶରଜୀଲ ନାମରେ ଦେଶର ବିଭିନ୍ନ ସ୍ଥାନରେ ଦେଶଦ୍ରୋହ ଅଭିଯୋଗ କରାଯାଇଛି । ଏହି କାରଣରୁ ଶରଜୀଲ ନାମରେ ମାମଲା ମଧ୍ୟ ରୁଜୁ ହୋଇଛି ।

Comments (0)
Add Comment