ମାର୍ଚ୍ଚ ୧ ନୁହେଁ ମାର୍ଚ୍ଚ ୮ ତାରିଖରେ ହେବ TRTS-2020 ପ୍ରବେଶିକା ପରୀକ୍ଷା

TRTS-2020 -୨୦୨୦ ପ୍ରବେଶିକା ପରୀକ୍ଷା ସୂଚୀରେ ପରିବର୍ତ୍ତ

ଭୁବନେଶ୍ୱର : ଟ୍ରାଇବାଲ ରୁରାଲ ଟାଲେଣ୍ଟ ରିସର୍ଚ୍ଚ (ଟିଆରଟିଏସ୍‍-୨୦୨୦) ପ୍ରବେଶିକା ପରୀକ୍ଷା ସୂଚୀରେ ପରିବର୍ତ୍ତନ ହୋଇଛି । ଏହି ପରୀକ୍ଷା ଆସନ୍ତା ମାର୍ଚ୍ଚ ୧ ତାରିଖ ବଦଳରେ ମାର୍ଚ୍ଚ ୮ ତାରିଖରେ ହେବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି ।
ଚଳିତ ଶିକ୍ଷାବର୍ଷରେ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ (ଇଏମ୍‍ଆରଏସ୍‍), କଳିଙ୍ଗ ମଡେଲ ଆବାସିକ ବିଦ୍ୟାଳୟ (କେଏମ୍‍ଆରଏସ୍‍) ଏବଂ ବିଜୁ ପଟ୍ଟନାୟକ ଆଦର୍ଶ ଆବାସିକ ବିଦ୍ୟାଳୟ (ବିପିଏଭି)ରେ ଷଷ୍ଠ ଶ୍ରେଣୀରେ ନାମ ଲେଖା ପାଇଁ ଟ୍ରାଇବାଲ ରୁରାଲ ଟାଲେଣ୍ଟ ରିସର୍ଚ୍ଚ (ଟିଆରଟିଏସ୍‍-୨୦୨୦) ଜରିଆରେ ପ୍ରବେଶିକା ପରୀକ୍ଷା ଲାଗି ମାର୍ଚ୍ଚ ୧ ତାରିଖକୁ ଦିନ ଧାର୍ଯ୍ୟ ହୋଇଥିଲା । କିନ୍ତୁ କର୍ତ୍ତୃପକ୍ଷ ଏଥିରେ ପରିବର୍ତ୍ତନ କରି ଏହି ପରୀକ୍ଷା ମାର୍ଚ୍ଚ ୮ ତାରିଖରେ ହେବ ବୋଲି ଓଡିଶା ମଡେଲ ଜନଜାତି ଶିକ୍ଷା ସୋସାଇଟି (ଓଏମ୍‍ଟିଇଏସ୍‍) ପକ୍ଷରୁ ସୂଚନା ଦିଆଯାଇଛି ।

Comments (0)
Add Comment