ଘାଟିରୁ ଓଲଟିଲା ମିନି ଟ୍ରକ୍,୧୨ ମୃତ୍ୟୁ, ୨୦ରୁ ଅଧିକ ଆହତ,୫ ଗୁରୁତର


କନ୍ଧମାଳ : ଘାଟିରୁ ଓଲଟିଲା ମିନି ଟ୍ରକ୍ । ଘଟଣାସ୍ଥଳରେ ୮ ଜଣଙ୍କରୁ ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ ଆଉ ୪ ଜମଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ସଂଖ୍ୟା ୧୨ରେ ପଙଁଚିଛି । ୨୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ୧୨ଜଣ ଗୁରୁତରଙ୍କୁ ବ୍ରହ୍ଣପୁର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ଚିକିସ୍କତିତ ହେଉଥିବାବେଳେ ୪ ଜଣଙ୍ରେକ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତକଙ୍କ ସଂଖ୍ୟା ୧୨ରେ ପହଁଚିଥିବା ସୂଚନା ମିଳିଛି । ମାଳ ବାଲିଗୁଡା ବାହ୍ମଣୀ ଗାଁ ନିକଟରେ ଭାରସାମ୍ୟ ହରାଇ ଓଲଟିପଡିଛି ଟ୍ରକ ।

କିଛି ଲୋକ ବ୍ରାହ୍ମଣୀଗାଁ ଗଦାପୁରକୁ ଏକ କାଯ୍ୟର୍କ୍ରମରେ ଯୋଗ ଦେବା ପାଇଁ ମିନିଟ୍ରକରେ ବସି ଯାଉଥଲେ। ଟ୍ରକ୍ ରେ ୩୦ରୁ ଅଧିକ ଲୋକ ବସି ଯାଉଥିବା ବେଳେ ଘାଟିର ଏକ ବୁଲାଣି ନିକଟରେ ଟ୍ରକ୍ ଡ୍ରାଇଭର ଗାଡ଼ିକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିଲେ। ଫଳରେ ଟ୍ରକ୍ ଟି ପ୍ରାୟ ୧୦ ଫୁଟ୍ ଉପରୁ ତଳକୁ ଖସି ପଡ଼ିଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୮ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସମସ୍ତ ଯାତ୍ରୀ ଆହତ ହୋଇଛନ୍ତି। ଆହାତ ମାନଙ୍କୁ ଚିକିତ୍ସା ଲାଗି ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି ।

Comments (0)
Add Comment