ଭୁବନେଶ୍ବର : ଭୁବନେଶ୍ବର ଅର୍ବାନ ବ୍ୟାଙ୍କର ଜମାକାରୀମାନେ ଫେରିପାଇବେ ଅର୍ଥ । ୧ଲକ୍ଷ ଟଙ୍କା ଭିତରେ ଜମାକାରୀଙ୍କୁ ତୁରନ୍ତ ଫେରସ୍ତ ହେବ ବୋଲି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ସୂଚନା ଦେଇଛନ୍ତି । ୧ଲକ୍ଷ ଟଙ୍କା ଭିତରର ଜମାକାରୀଙଅକ ସଂଖ୍ୟା ୧୬ ଶହ । ସେହିପରି ଯେଉଁ ଦୋକାନୀ ମାନେ ଋଣ ନେଇ ଫେରାଇ ନାହାନ୍ତି ସେମାନଙ୍କ ଦୋକାନ ରେଡ୍ ହେବା ସହ ସଂପତ୍ତି ବାଜ୍ୟାପ୍ତ ହେବ । ଭୁବନେଶ୍ବର ଅର୍ବାନ ବ୍ୟାଙ୍କର ପୂର୍ବତନ ମ୍ୟାନେଜର ଉଦୟନାଥ ସାହୁ ୫ କୋଟି ୨୮ ଲକ୍ଷ ଟଙ୍କା ହେରଫେର କରିଛନ୍ତି । ତାଙ୍କ ଜାମିନ ଖାରଜ ପାଇଁ ସୁପ୍ରିମକୋର୍ଟରେ ଅପିଲ କରିବେ ସରକାର । ଭୁବନେଶ୍ବର ଅର୍ବାନ ବ୍ୟାଙ୍କକୁ ୫ ବର୍ଷ ହେଲା ସରକାର ଦେବାଳିଆ ଘୋଷଣା କରିଛନ୍ତି ।