କାମ ଦେଉନି କଡା ଆଇନ :ପୁଣି ଭାଇରାଲ ହେଲା ଭିଡିଓ, ସାଙ୍ଗ ମେଳରେ ସ୍କୁଟି ଉପରେ କଲେଜ ଛାତ୍ରଙ୍କ ରୋମାନ୍ସ

ଭୁବନେଶ୍ୱର : କଡା ଆଇନ, ପୋଲିସର ତାଗିଦ,ଗଣମାଧ୍ୟରେ ସଚେତନତା, କଠୋର କାଯ୍ୟାନୁଷ୍ଠାନ ଯେତେଯାହା କଲେ ବି ଭାଇରାଲ ଭିଡିଓ କମିବାର ନାଁ ନେଇନି । ଏମିତି ଘଟଣା କମିବା ପରିବତେ ଦିନକୁ ଦିନ ବଢିବାରେ ଲାଗିଛି । ସେମିତି ଏକ ଭାଇରାଲ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ୨ ମିନିଟ ୫୦ ସେକେଣ୍ଡର ରହିଛି ଏହି ଭାଇରାଲ ଭିଡିଓ । ଏଥିରେ କଲେଜ ଡ୍ରେସରେ ଥିବା ଜଣେ ଛାତ୍ରୀଙ୍କୁ ସ୍କୁଟି ପେପ ଗାଡିରେ ବସାଇ ସେଇ ଏକା ଡ୍ରେସ କୋର୍ଡରେ ଥିବା ଜଣେ ଛାତ୍ର ରୋମାନ୍ସ କରୁଥିବାର ଦୃଶ୍ୟ ରହିଛି । ସେମାନେ ଦିନ ଦ୍ୱିପ୍ରହରରେ ଅସଞ୍ଜତ ଅବସ୍ଥାକୁ ଚାଲିଯାଉଛନ୍ତି । ଥୁଆ ହୋଇଥିବା ସ୍କୁଟିର ପଛରେ ସେଇ ସମାନ ଡ୍ରେସକୋର୍ଡ ଥିବା ଆଉଜଣେ ଛାତ୍ର ବସିଥିବା ଭିଡିଓରେ ରହିଛି । ଏହା ସହ ଅନ୍ୟ ଦୁଇଜଣ ଯୁବକ ସେଠାରେ ଥିବା ମଧ୍ୟ ଭିଜୁଆଲରେ ଜଣାପଡୁଛି । ଏକ ଜଙ୍ଗଲିଆ ସ୍ଥାନରେ ଏହି ଭିଡିଓ ମୋବାଇଲେ ସୁଂଟି ହୋଇଥିବ ଭିଡିଓ ଶେଷବେଳକୁ ରୋମାନ୍ସ କରୁଥିବା ଛାତ୍ର ଛାତ୍ରୀ ଦୁଇଜଣ ଜଙ୍ଗଲକୁ ଚାଲିଯାଉଛନ୍ତି ଓ ଅନ୍ୟ ସାଙ୍ଗମାନେ ପିଠିରେ ବ୍ୟାଗ ପକାଇଠିଆ ହୋଇଛନ୍ତି । ତେବେ କଥା ହେଉଛି ଭାଇରାଲ ଭିଡିଓ ଯୋଗୁ ଅନେକ ସମସ୍‍ୟା ସାମ୍ମନାକୁ ଆସୁଛି । ପୋଲିସ ଡିଜି ମଧ୍ୟ ଏହା ଉପରେ କଡା କାଯ୍ୟାନୁଷ୍ଠାନ ନେବାକୁ ଘୋଷଣା କରିଛନ୍ତି । ଅନେକ କେଶରେ ମଧ୍ୟ ପୋଲିସ ନିଜ ଆଡୁ କାଯ୍ୟାନୁଷ୍ଠାନ ନେଉଛି । ଏବେ ଏହି ଘଟଣାରେ ପୋଲିସ ଏହି ଭିଡିଓ କାହାର ଓ ଏହାକୁ କିଏ ଭାଇରାଲକଲା ତାହା ତଦନ୍ତ କରି କାର୍ଯ୍ୟାନୁଷ୍ଟାନ ନେବାର ଆବଶ୍ୟକତା ରହିଛି ।

Comments (0)
Add Comment