କ୍ଲାସ ରୁମର କିସ୍ ଭିଡିଓ ହେଲା ଭାଇରାଲ,କିଏ ହେଲେ ଗିରଫ ?

ଭଦ୍ରକ :  ସ୍କୁଲ ଓ କଲେଜ ହେଉଛି ବିଦ୍ୟାର ମନ୍ଦିର । ହେଲେ ସେଇ ମନ୍ଦିରରେ କିନ୍ତୁ ଅଶାଳୀନ କାମ କରିବାକୁ ପଛାଉ ନାହାନ୍ତି ଛାତ୍ର ଛାତ୍ରୀ । ଯେଉଁଠି ପାଠ ପଢି ଭଭିଷ୍ୟତ ଗଢିବା ଚିନ୍ତା କରିବା କଥା ସେଠି କିଛି ଛାତ୍ର ଛାତ୍ର ମାନେ ମମାତିଛନ୍ତି ପ୍ରେମ କରିବାରେ । କେବଳ ପ୍ରେମ କରି ନାହାନ୍ତି କଲେଜ କ୍ଲାସ ରୁମରେ ଚାଲିଛି କିସ । ଏଭଳି ଏକ ଭିଡିଓ ଭାଇରାଲ ହୋଇଛି । ଜଣେ ଛାତ୍ରୀଙ୍କୁ  ଛାତ୍ର ଜଣଙ୍କ ନିଜ କ୍ଲାସ ରୁମରେ କିସ କରୁଥିବା ଦୃଶ୍ୟ ରହିଛି ଏଙି ଭିଡିଓରେ । ଆଉ ଏହାକୁ ଭାଇରଲ କରିଛନ୍ତି ତାଙ୍କର ସହପାଠୀ ପ୍ରେମିକ । ଛାତ୍ରୀଙ୍କ ଭିଡିଓ ଭାଇରାଲ କରି ଜଣେ ଗିରଫ । ଗିରଫ ଛାତ୍ର ହେଲେ ଯାଜପୁର ଜିଲ୍ଲା ବାହାବଳପୁର ଗାଁର ସୌମ୍ୟ ରଞ୍ଜନ ମିଶ୍ର । ଉଭୟ ଅଭିଯୁକ୍ତ ଓ ପୀଡିତା ଯାଜପୁର ରାମବାଗ କଲେଜରେ ପଢୁଥିଲେ । କଲେଜରେ ଛାତ୍ରୀଙ୍କ ଅନ୍ତରଙ୍ଗ ମୁହୁର୍ତ୍ତର ଭିଡିଓକୁ ସୌମ୍ୟ ରଞ୍ଜନ ଭଇରାଲ କରିଛନ୍ତି । ଭିଡିଓ ଭାଇରାଲ ହେବା ପରେ ନାବାଳିକା ପରିବାର ଲୋକଙ୍କ ସହ ଯାଇ ଭଦ୍ରକ ଧାମନଗର ଥାନାରେ ଏତଲା ଦେଇଥିଲେ । ଧାମନଗର ପୋଲିସ ଅଭିଯୁକ୍ତକୁ ଯାଜପୁର ବାହାବଳପୁର ଗାଁରୁ ଗିରଫ କରିଛି ।ତେବେ ଭାଇରାଲ ଭିଡିଓ ରୋକିବାକୁ ପୋଲିସ କଡା ପଦକ୍ଷେପ ନେଉଛି । ଏନେଇ ସଚେତନତା କରା।ାଉଛି ହେଲେ ସେସବୁ କିଛି କାମ କରୁନି । ଦିନକୁ ଦିନ ନୂଆ ନୂଆ ଭାଇରାଳ ଭିଡିଓ ସାମ୍ମନାକୁ ଆସିଛି ।

Comments (0)
Add Comment