ଭୁବନେଶ୍ବର : ସକ୍ରିୟ ହେଉଛି ଲଘୁଚାପ , ଆସନ୍ତା ୨୪ଘଣ୍ଟାରେ ପ୍ରବଳ ବର୍ଷା । ଉତ୍ତରପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଦକ୍ଷିଣ ପଶ୍ଚିମ ଦିଗରେ ଗତି କରୁଛି । ଆସନ୍ତା ୨୪ଘଣ୍ଟା ମଧ୍ୟରେ ଏହା ଘନୀଭୂତ ହେବା ସହିତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ନୟାଗଡ଼, ଢ଼େଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ଅନୁଗୋଳ, ରାୟଗଡ଼ା, ବୌଦ ଓ କନ୍ଧମାଳରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଲଘୁଚାପ ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
ସେପଟେ ଲଗାଣ ବର୍ଷାରେ ରାୟଗଡାରେ ବନ୍ୟା ସ୍ଥିତି ଉପୁଜିଛି । ବିଭିନ୍ନ ନଦୀର ଜଳସ୍ତରର ବୃଦ୍ଧି ପାଇଛି । କଲ୍ୟାଣୀ ଓ ନାଗାବଳୀ ନଦୀର ଜଳସ୍ତର ବଢ଼ିଛି । ବିଷମକଟକ ବ୍ଲକର ମୂଷା ନାଳରେ ବନ୍ୟା ଜଳ ପ୍ରବାହିତ ହେଉଛି । ପ୍ରବଳ ବର୍ଷା ଯେ।ଗୁଁ ହାଟମୁନିଗୁଡା ଓ ତାକୁଲଗୁଡଳ ମଧ୍ୟରେ ଥିବା ପେ।ଲି ଧେ।ଇହେ।ଇଯାଇଛି । ଫଳରେ ୨୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହେ।ଇଛି । କଲ୍ୟାଣୀ ଦଦୀର ଅସ୍ଥାୟୀ ପେ।ଲ ମଧ୍ୟ ପାଣିରେ ଭାସିଯାଇଛି । ଅଞ୍ଚଳର ୫ ପଞ୍ଚାୟତକୁ ଯେ।ଗ।ଯେ।ଗ ବିଚ୍ଛିନ୍ନ ହେ।ଇଛି ।