ପୁରୁଷଙ୍କ ଅପେକ୍ଷା କେଉଁ ସମୟରେ ମହିଳା ଅଧିକ ଉତେଜିତ ହୁଅନ୍ତି?

ବିଭିନ୍ନ ପ୍ରତିକୂଳ ପରିସ୍ଥିତିରେ ପୁରୁଷଙ୍କ ଅପେକ୍ଷା ମହିଳା ମାନେ ଅଧିକ ପତିକ୍ରିୟାଶୀଳ ହୋଇପଡନ୍ତି । ଏମିତିକି ପ୍ରତି ଶହେ ଜଣେ ପୁରୁଷଙ୍କ ଭିତରୁ ୮୦ ଜଣ ପ୍ରତିକୂଳ ପରିସ୍ଥିତିରେ ନିଜର ସମସ୍ୟା ସମଧାନ କରିବାକୁ ପଦକ୍ଷେପ ନିଅନ୍ତି । ସେହିପରି ୩୦ ପ୍ରତିଶତରୁକମ ମହିଲା ପ୍ରତିକୂଳ ସ୍ଥିତିରେ ନିଜର ସମସ୍ୟା ନିରାକରଣ କରନ୍ତି । କାର୍ଲିଫର୍ନିଆ ବିଶ୍ୱ ବିଦ୍ୟାଳୟର ଏକ ରିସର୍ଚରୁ ଏମିତି ରିପୋର୍ଟ ପ୍ରକାଶ ପାଇଛି ।

ମନୁଷ୍ୟଙ୍କଠାରେ ବିଭିନ୍ନ ପରିସ୍ଥିତିରେ କାହିଁକି ଉତ୍ତେଜନା ପ୍ରକାଶ ପାଏ ଏବଂ ଏହା କିପରି ସମସ୍ତଙ୍କଠାରେ ସମାନ ରୁହେନାହିଁ ସେ ସମ୍ପର୍କରେ ଗବେଷରା କରାଯାଇଥିଲା। ଏଥିରେ ୨୦ ଜଣ ମହିଳା ଓ ୨୦ ଜଣ ପୁରୁଷଙ୍କ ଦୈନଦିନ କାର୍ଯ୍ୟ କଳାପକୁ ଅନୁଧ୍ୟାନ କରାଯାଇଥିଲା। ସେମାନେ କେଉଁ ପରିସ୍ଥିତିରେ ଉତ୍ତେଜିତ ହେଉଛନ୍ତି ଏବଂ ଏଭଳି ସ୍ଥିତି ହାରାହାରି କେତେ ସମୟ ସେମାନଙ୍କଠାରେ ରହୁଛି ତାହା ବିଶ୍ଲେଷଣ କରାଯାଇଥିଲା। ମହିଳା ଓ ପୁରୁଷଙ୍କ ମଧ୍ୟରେ କ୍ଷରିତ ହେଉଥିବା ହରମୋନରେ ଭିନ୍ନତା ଯୋଗୁ ଉଭୟଙ୍କ ମଧ୍ୟରେ ଏକ ସମାନ ସ୍ଥିତିରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖାଯାଇଥାଏ। ଏହାସହିତ ଶାରିରୀକ ଗଠନ ଦୃଷ୍ଟିରୁ ଉଭୟଙ୍କର ମସ୍ତିଷ୍କ, ହାର୍ଟ, କିଡ୍‌ନୀ ଆଦି ଆଭ୍ୟନ୍ତରୀଣ ଅଙ୍ଗର ଗଠନ, ଓଜନ ଓ ଅବସ୍ଥିତିରେ ଭିନ୍ନତା ରହିଥାଏ। ଏହାର ପ୍ରଭାବ ମଧ୍ୟ ସ୍ଥଳ ବିଶେଷରେ ମହିଳାଙ୍କୁ ପ୍ରଭାବିତ କରିଥାଏ। ମହିଳାଙ୍କ ହାର୍ଟ ଆକାର ପୁରୁଷଙ୍କ ତୁଳନାରେ ଛୋଟ ରହିଥାଏ। ସେହିପରି କିଡ୍‌ନୀର ଆକାର ଓ ଅବସ୍ଥିତି ମଧ୍ୟ ଅସମାନ ରହିଥାଏ। ପ୍ରତିକୂଳ ସ୍ଥିତିରେ ହାର୍ଟ ଓ ମସ୍ତିଷ୍କକୁ ପ୍ରବାହିତ ହେଉଥିବା ରକ୍ତ ଉପରେ ଉତ୍ତେଜନା ସୃଷ୍ଟି ହେବା ପ୍ରକ୍ରିୟା ନିର୍ଭର କରିଥାଏ। ଆବଶ୍ୟକ ପରିମାଣର ରକ୍ତ ପ୍ରବାହିତ ହେଲେ ପ୍ରତିକୂଳ ସ୍ଥିତିରେ ମଧ୍ୟ ମନୁଷ୍ୟ ଧୀରସ୍ଥିର ଭାବେ କାର୍ଯ୍ୟ କରିବାକୁ ସକ୍ଷମ ହୋଇଥାଏ।

Comments (0)
Add Comment