ପୁଅକୁ ପୋଡ଼ିଦେଇ ମା’ର ଆତ୍ମହତ୍ୟା

ବାରିପଦା : ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅନ୍ତର୍ଗତ ତେଲିବିଲା ଗାଁର ଜଣେ ମହିଳା ଓ ତାଙ୍କର ୯ ମାସର ଶିଶୁ ପୁତ୍ର ସୋମବାର ରାତିରେ ନିଆଁରେ ପୋଡ଼ିହୋଇ ମୃତ୍ୟୁ ବରଣ କରିଛନ୍ତି । ମହିଳା ଜଣକ ହେଉଛନ୍ତି ଏହି ଗାଁର ସୁନାରାମ ସିଂଙ୍କ ସ୍ତ୍ରୀ ଠାକୁରାମଣୀ । ସେ ସୋମବାର ଦିନ ସକାଳେ ମାଲିମଣ୍ଡୁଳିସ୍ଥିତ ନିଜ ପିଉସୀ ଘରକୁ ଯାଇଥିଲେ । ସେଠାରେ ଘରେ କେବଳ ତାଙ୍କ ପିଉସି ଥିବା ବେଳେ ଏକ କୋଠରିରେ ସେ ପୁଅ ସହ ନିଜ ଦେହରେ କିରାସିନି ଢାଳି ନିଆଁ ଲଗେଇ ଦେଇଥିଲେ । ପିଉସୀ ଏ ସଂପର୍କରେ ସୁନାରାମଙ୍କୁ ଖବର ଦେଇଥିଲେ । ସୁନାରାମ ସଙ୍ଗେ ସଙ୍ଗେ ସେଠାରେ ପହଞ୍ଚି ମା ଓ ପୁଅଙ୍କୁ ନେଇ ବାରିପଦା ମେଡିକାଲରେ ଭର୍ତ୍ତି କରାଇଥିଲେ । ହେଲେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ଠାକୁରାମଣିଙ୍କ ମାନସିକସ୍ଥିତି ଠିକ ନଥିବା ସୁନାରାମ ଗଣମାଧ୍ୟମକକୁ କହିଛନ୍ତି । ଏଣୁ ସେ ଏଭଳି କାଣ୍ଡ ଭିଆଇପାରିଥାନ୍ତି ବୋଲି କହିଛନ୍ତି । ସଦର ପୁଲିସ ଏନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଥିବା ସଦର ଥାନା ଅଧିକାରି ସ୍ୱର୍ଣ୍ଣଲତା ମିଞ୍ଜ କହିଛନ୍ତି ।

Comments (0)
Add Comment