ନୂଆଦିଲ୍ଲୀ : ସ୍ୱାମୀ କାମ ବ୍ୟସ୍ତ ରହୁଥିଲେ । ପତ୍ନୀକୁ ସମୟ ଦେଇ ପାରୁ ନଥିଲେ । ଏନେଇ ପତ୍ନୀ ନିଜ ସ୍ୱାମୀ ପାଖରେ ବାରମ୍ବାର କହୁଥିଲେ ବି କାମ ବ୍ୟସ୍ତ ହେତୁ ପତ୍ନୀଙ୍କ ପାଖକୁ ଆସି ପାରୁ ନଥିଲେ ପତି । ଏହାର ଫାଇଦା ନେଇ ପତ୍ନୀ ପଡିଶା ଘରର ଜଣେ ଯୁବ ଇଞ୍ଡିନିୟରଙ୍କ ସହ ପ୍ରେମ କରିବସିଲେ । ଏମିତିକି ଶାରୀରିର ସଂପର୍କ ବି ରଖୁଥିଲେ । ହେଲେ ସ୍ୱାମୀଙ୍କ ପାଖରେ ଧରାପଡି ବାରୁ ସ୍ୱାମୀ ପତ୍ନୀଙ୍କୁ ମାଡ ମାରିବା ଆରମ୍ଭ କରିଥିଲେ । ଏକଥା ଦେଖିବା ପରେ ପଡୋଶୀ ପ୍ରେମିକ ରାଗରେ ଡଳିଥିଲା । ନିଜ ପ୍ରେମକାକୁ ପାଇବାକୁ ସ୍ୱାମୀଙ୍କୁ ରାସ୍ତାରୁ ହଟାଇ ଦେବାକୁ ଯୋଜନା ଆରମ୍ଭ କଲା । ଆଉ ନୂଆ ବର୍ଷରେ ସୁଯାଗ ଦେଖି ନିଜ ପ୍ରେମିକାଙ୍କ ସ୍ୱାମୀ ଉପରେ ପେଟ୍ରୋଲ ଢାଳି ନିଆ ଲଗାଇଦେଲା । ଏବେ ମେଡିକାଲରେ ଜୀବନ ମରଣ ସହ ସଂଗ୍ରାମ କରୁଛି ପୀଡିତ ।
ଦୀପେଶ ପେଶାରେ ଜଣେ ମେଡିସିନ୍ ରିପ୍ରେଜେଣ୍ଟଟେଟିଭ୍ ହୋଇଥିବା ବେଳେ ଅଭିଯୁକ୍ତ ଅରୁଣ ପେଶାରେ ଜଣେ ଜଣେ ଇଞ୍ଚିନିୟର ବୋଲି ଜଣା ପଡ଼ିଛି । ଦୀପେଶ ପ୍ରାୟ କାମରେ ବାହାରେ ରହୁଥିବାରୁ ତାଙ୍କ ପତ୍ନୀ ଘରେ ଏକା ରହୁଥିଲେ । ଉପଯୁକ୍ତ ସମୟ ଦୀପେଶ ଦେଇ ପାରୁ ନଥିବାରୁ ତାଙ୍କ ପତ୍ନୀ ପଡ଼ୋଶୀ ଘରେ ରହୁଥିବା ଅରୁଣଙ୍କ ସହ କଥା ହେବା ଆରମ୍ଭ କରିଥିଲେ । ହ୍ଵାଟସ୍ଆପ୍ରେ କଥା ହେଉ ହେଉ କଥା ଶୋଇବା ଘର ପର୍ୟ୍ୟନ୍ତ ପହଞ୍ଚିଥିଲା । ଦୁହେଁ ଦୀପେଶଙ୍କ ଅନୁପସ୍ଥିତିରେ ଶାରୀରିକ ସଂପର୍କ ରଖିବାକୁ ଲାଗିଲେ । କିନ୍ତୁ ଦିନେ ଦୀପେଶଙ୍କୁ ସବୁ ଜଣା ପଡ଼ିବା ପରେ ସେ ନିଜ ପତ୍ନୀଙ୍କୁ ମାଡ଼ ମାରିବା ଆରମ୍ଭ କରିଥିଲେ ।
ଦୀପେଶଙ୍କ ଏପରି କାମରେ ରାଗି ଯାଇ ଅରୁଣ ତାଙ୍କୁ ମାରିବାର ଯୋଜନା କରିଥିଲେ । ପରେ ଡ଼ିସେମ୍ବର ୩୧ରେ ଦୀପେଶ ନୂଆବର୍ଷ ପାଳନ କରି ଫେରୁଥିବା ବେଳେ ଅରୁଣ ତାଙ୍କ ଉପରେ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିଲେ । ଏହି ଘଟଣାର ଖବର ପାଇ ପୁଲିସ ଦୀପେଶଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟ ପକ୍ଷରେ ତଦନ୍ତ ପରେ ଅରୁଣ ଦୋଷୀ ବୋଲି ଜାଣି ପୁଲିସ ଅରୁଣଙ୍କୁ ଗିରଫ କରିଥିବା ଜଣା ପଡ଼ିଛି ।