ଶ୍ରୀନଗର: ସେନାଧ୍ୟକ୍ଷ ବିପିନ ରାଓତ ମଙ୍ଗଳବାର ଶ୍ରୀନଗରରେ ଅଧିକାରୀମାନଙ୍କ ବୈଠକରେ ଯୋଗ ଦେଇଛନ୍ତି। ଅମରନାଥ ଯାତ୍ରା ବେଳେ ଅନନ୍ତନାଗ ଜିଲ୍ଲାରେ ସୋମବାର ଆତଙ୍କବାଦୀଙ୍କ ଆକ୍ରମଣରେ ମୃତ୍ୟୁ ହୋଇଥିବା ସମ୍ପର୍କୀୟଙ୍କୁ ୭ ଲକ୍ଷ ଟଙ୍କା ସହାୟତା ରାଶି କ୍ଷତିପୂରଣ ଦେବାକୁ କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ସେହିଭଳି ଆହତ ବ୍ୟକ୍ତିମାନଙ୍କୁ ୧-୧ ଲକ୍ଷ ଟଙ୍କା ସହାୟତା ଦେବାକୁ ଘୋଷଣା ହୋଇଛି। ସୂଚନାଯୋଗ୍ୟ ଯେ, ଗତକାଲି ଅମରନାଥ ଯାତ୍ରା ବେଳେ ୭ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଥିବା ବେଳେ ୩୨ଜଣ ଯାତ୍ରୀ ଆହତ ହୋଇଥିଲେ। ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ରାତି ପ୍ରାୟ ୮ଟା ୨୦ମିନିଟରେ ତୀର୍ଥଯାତ୍ରୀ ବସ ଉପରକୁ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ।
ପ୍ରଧାନମନ୍ତ୍ରୀ କାର୍ୟ୍ୟାଳୟରେ ରାଜ୍ୟ ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି, ‘ଏହି ଯାତ୍ରା ମିଶ୍ରିତ ସଂସ୍କୃତିର ପ୍ରତୀକ। ଏହା କଶ୍ମୀରର ସମଗ୍ର ସଂସ୍କୃିତ ଉପରେ ଆକ୍ରମଣ ହୋଇଛି।’ ଅମରନାଥ ଆକ୍ରମଣକୁ ନେଇ ଜମ୍ମୁ କଶ୍ମୀର ପୁଲିସ କେନ୍ଦ୍ରୀୟ ଗୃହ ମନ୍ତ୍ରାଳୟ (ଏମ୍ଏଚ୍ଏ)କୁ ରିପୋର୍ଟ ଜମା କରିଛି। ରିପୋର୍ଟରେ କୁହାଯାଇଛି ଯେ, ଅମରନାଥ ଯାତ୍ରୀଙ୍କ ବସକୁ ୨ଥର ଆକ୍ରମଣ କରାଯାଇ ଥିଲା।
