କଟକ: ଆଇନଜୀବୀମାନେ ଅବହେଳିତଙ୍କୁ ନ୍ୟାୟ ଦେବା ସହ ଗରିବର ସ୍ୱର ହୁଅନ୍ତୁ। ଆଇନ ବିଶ୍ୱବିଦ୍ୟାଳୟ ଗୁଡ଼ିକ ଦେଶର ଚିତ୍ର ବଦଳାଇଛନ୍ତି। ନ୍ୟାୟ ପ୍ରଦାନରେ କୋର୍ଟଙ୍କୁ ସାହାଯ୍ୟ କରିବା ଓକିଲଙ୍କ ଦାୟିତ୍ୱ ବୋଲି ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ କଟକ ଜାତୀୟ ଆଇନ ବିଶ୍ୱବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଦିବସ ଅବସରରେ ଯୋଗ ଦେଇ ନିଜ ଅଭିଭାଷଣରେ ଏହା କହିଛନ୍ତି। ଏହାବ୍ୟତିତ ସାମାଜିକ ଦାୟିତ୍ୱବୋଧ ନ ଭୁଲିବାକୁ ଆଇନ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଶ୍ରୀ କୋବିନ୍ଦ।
ରାଷ୍ଟ୍ରପତି କୋବିନ୍ଦ ଏହି ପ୍ରତିଷ୍ଠା ଉତ୍ସବରେ ଉଦବୋଧନ ଦେଇ କହିଛନ୍ତି ଯେ ସମୟ ବଦଳିବା ସହ ଆଇନର ପରିସର ବଢିବାରେ ଲାଗିଛି। କମର୍ସିଆଲ ଆଣ୍ଡ ବିଜନେସ ଲ, ସାଇବର ଲ ଆଦି ଆସି ସାରଲାଣି। ଶ୍ରୀ କୋବନ୍ଦ ବିଶ୍ୱ ବିଦ୍ୟାଳୟରେ ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ ସମାଜର ଅବହେଳିତା, ନିଷ୍ପେସିତ ହକ୍ ପାଇଁ ଲଢିବାକୁ ହେବ। ଲିଗାଲ ରୁଲକୁ ସରଳୀକରଣ କରିବା ପାଇଁ ମଧ୍ୟ ରାଷ୍ଟ୍ରପତି ମତ ଦେଇଛନ୍ତି।
।
ଅପରାହ୍ଣରେ ଜାତୀୟ ଆଇନ ବିଶ୍ବବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଯୋଗ ଦେଇଥିଲେ ରାଷ୍ଟ୍ରପତି । ସେଠାରେ ଦେଇଥିବା ନିଜ ଅଭିଭାଷଣରେ, ସମାଜରେ ଅବହେଳିତ ଓ ନିଷ୍ପେସିତଙ୍କ ହକ୍ ପାଇଁ ଲଢ଼ିବାକୁ ଆଇନ୍ ଛାତ୍ରଙ୍କୁ ଆହ୍ବାନ ଦେଇଥିଲେ ରାମନାଥ କୋବିନ୍ଦ । ବିଶ୍ବବିଦ୍ୟାଳୟର ତୃତୀୟ ପ୍ରତିଷ୍ଠା ଉତ୍ସବରେ ରାଷ୍ଟ୍ରପତିଙ୍କ ସମେତ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଦୀପକ ମିଶ୍ର, ରାଜ୍ୟପାଳ ଏସସି ଜମିର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ହାଇକୋର୍ଟ ମୁଖ୍ୟବିଚାରପତି ଯୋଗଦେଇଥିଲେ । ସଂଧ୍ୟାରେ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ ପୁରୀ ଯାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ପୁରୀ ସର୍କିଟ୍ ହାଉସରେ ରାତ୍ରିଯାପନ ପରେ ଆସନ୍ତା କାଲି ସକାଳୁ ଶ୍ରୀମନ୍ଦିର ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।
ଆସନ୍ତା କାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ସାରି ସେଠାରୁ ଭୁବନେଶ୍ବର ଆଇଆଇଟିର ସମାବର୍ତ୍ତନ ଉତ୍ସବ ଯୋଗଦେବା ସହ ଆଇସିଟିଆଇଓସି ଭୁବନେଶ୍ବର କ୍ୟାମ୍ପସ ଓ ସ୍କିଲ୍ ଡେଭେଲପମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ରବିବାର ଅପରାହ୍ଣ ୫ଟା ୩୦ରେ ଓଡ଼ିଶା ଛାଡ଼ିବାର କାର୍ଯ୍ୟକ୍ରମ ରହିଛି ।
