ଆରଜେଡି- ଜେଡିୟୁ ବିବାଦ ଥମୁନି

ପାଟନା : ମହାଗଠବନ୍ଧନରେ ବିବାଦ ଥମୁନି । ଦୁର୍ନୀତି ପ୍ରସଙ୍ଗ ନେଇ ସହଯୋଗୀ ଆରଜେଡି ବିରୋଧରେ ନୀତିଶ କୁମାରଙ୍କ ସଂଯୁକ୍ତ ଜନତା ଦଳ ଏବେ ବି ତାର ଆଭିମୁଖ୍ୟ ନରମ କରିନି । ଦୁର୍ନୀତି ନେଇ ସିବିଆଇ ସ୍କାନରରେ ଥିବା ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ଦୁର୍ନୀତି ମୁକ୍ତ ହେବାକୁ ଆହ୍ୱାନ କରିଛି ଜେଡିୟୁ । ଆରଜେଡି- ଜେଡିୟୁ ମଧ୍ୟରେ ବେସି ମତଭେଦ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ସିବିଆଇ ତଦନ୍ତ ପରିସରରେ ଥିବା ତେଜସ୍ୱୀଙ୍କ ଇସ୍ତଫା ଲାଗି ଜେଡିୟୁଏକପ୍ରକାର ଚାପ ସୃଷ୍ଟି କରୁଥିବା ବେଳେ, ମେଣ୍ଟ ସରକାରରେ ସଂଖ୍ୟା ଗରିଷ୍ଠ ଆରଜେଡି କିନ୍ତୁ ତେଜସ୍ୱୀଙ୍କ ପଦ ନଛାଡିବା ଜିଦ୍ରେ ଅଛି ।ତେବେ ରାଷ୍ଟ୍ରପତି ନିର୍ବାଚନ ପରେ କିଛି ପରିବର୍ତ୍ତନର ଆଶଙ୍କା କରାଯାଉଛି ।

Leave A Reply

Your email address will not be published.