କର୍ଣ୍ଣାଟକ ରାଜନୀତି : ରାଜ୍ୟପାଳଙ୍କ ଭୂମିକାକୁ ବିରୋଧ କରି କଂଗ୍ରେସ ପାଳିଲା ‘ଗଣତନ୍ତ୍ର ବଚାଅ ଦିବସ’

ଭୁବନେଶ୍ୱର : କର୍ଣ୍ଣାଟକ ରାଜନୀତିରେ ରାଜ୍ୟପାଳଙ୍କ ଭୂମିକାକୁ ବିରୋଧ କରି ଆଜି ଦେଶ ବ୍ୟାପି କଂଗ୍ରେସ ପାଳୁଛି ‘ଗଣତନ୍ତ୍ର ବଚାଓ ଦିବସ’ । ସମସ୍ତ ରାଜ୍ୟର ରାଜଭବନ ସମ୍ମୁଖରେ କଂଗ୍ରେସ କର୍ମୀମାନେ ଧାରଣାରେ ବସିଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ମଧ୍ୟ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି । ଏହାର ନେତୃତ୍ୱ ନେଇଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ ।

ଏଆଇସିସିର ନିଷ୍ପତି ଅନୁଯାୟୀ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ଦିଆଯାଇଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତୃବର୍ଗ ଧାରଣା ଦେବା ସହ ନାରାବାଜି କରିଥିଲେ । ଏହ ସହ କଂଗ୍ରେସର ଏକ ୧୫ ଜଣିଆ ପ୍ରତିନିଧି ଦଳ ରାଜ୍ୟପାଳ ସତ୍ୟପାଲ୍ ମଲ୍ଲିକଙ୍କୁ ଭେଟିବା ସହ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ଏହି ପ୍ରତିନିଧି ଦଳରେ ପିସିସି ସଭାପତି ଶ୍ରୀ ପଟ୍ଟନାୟକଙ୍କ ସମେତ ପୂର୍ବତନ ସଭାପତି ଜୟଦେବ ଜେନା, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ, ଚିରଂଜୀବୀ ବିଶ୍ୱାଳ, ଏଆଇସିସି ସମ୍ପାଦକ

 

 

Leave A Reply

Your email address will not be published.