ଭୁବନେଶ୍ବର: କୁନ୍ଦୁଲି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କୁନ୍ଦୁଲି ପୀଡିତାଙ୍କୁ ନ୍ୟାୟ ନମିଳିବା ପ୍ରସଂଗରେ ଆଜି ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି । ଆତ୍ମହତ୍ୟା ଓ ପୀଡିତାଙ୍କ ଫରେନ୍ସିକ ରିପୋର୍ଟକୁ ନେଇ ଶାସକ ଦଳ ଯେଉଁ ମନ୍ତବ୍ୟ ଦେଉଛି ତାହା ଅତ୍ୟନ୍ତ ଦୁଃଖଦ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ । । ପୀଡାତା ନ୍ୟାୟ ନପାଇ ଆତ୍ମହତ୍ୟା କଲେ । ରାଜ୍ୟ ସରକାର ଓ ପୋଲିସ ବିରୋଧରେ ଅଭିଯୋଗ ଆସିଛି । ହେଲେ ସରକାର କିଛି ଶୁଣୁ ନାହାନ୍ତି । କୁନ୍ଦୁଲି ପିଡିତାଙ୍କ ରକ୍ତରେ ତୁମ ହାତ ଲାଲ ହୋଇଛି । ତୁମେ କ୍ଷମତାର ମଦମସ୍ତରେ ବିଭୋର ନିଶାସକ୍ତ । । ଆପଣ ଜାଣିନାହାନ୍ତି ଓଡିଶା ଲୋକଙ୍କ କୋହ କେତେ ଅଛି । ଆପଣଙ୍କୁ ଅଭିଶାପ ପଡିବବୋଲି ମୁଖ୍ୟମନ୍ତ୍ରୀ ଓ ସରକାରଙ୍କୁ ଟାର୍ଗେଟ କରି ଏମିତି କହିଛନ୍ତି ଧର୍ମେନ୍ଦ୍ର । ଏହା ସହ ଅଞ୍ଜନା ମିଶ୍ର ଘଟଣାରେ ସମାନ ସ୍ଥିତି ହୋଇଥିଲା। ଫୋରେନ୍ସିକ ରିପୋର୍ଟ ବଦଳାଯାଇଥିଲା । ଏବେ କୁନ୍ଦୁଲି ଘଟଣାରେ ମଧ୍ୟ ପ୍ରଥାମିକ ରିପୋର୍ଟକୁ ବଦଳାଇ ଦିଆଯାଇଛି । ଯଦି ନୈତିକତା ଓ ସତସାହାସ ଅଛି ତାହେଲେ ମାମଲା ସିବିଆଇକୁ ଦିଅନ୍ତୁ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ସେପଟେ ଧର୍ମେନ୍ଦ୍ରଙ୍କ ମନ୍ତବ୍ୟକୁ ନେଇ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, କ୍ଷମତାର ମଦମସ୍ତରେ କିଏ ବିଭୋର, ସେକଥା ଜନସାଧାରଣ ଜାଣିଛନ୍ତି । କୁନ୍ଦୁଲି ଘଟଣାରେ ସମସ୍ତଙ୍କ ସମବେଦନା ରହିଛି । ନ୍ୟାୟିକ ତଦନ୍ତ ଚାଲୁ ରହିଛି ବେ।ଲି ସେ କହିଛନ୍ତି ।
