ଟମୋଟ ଦର ୮୦ ପଇସାରୁ ୮୦ ଟଙ୍କା :ଦର ନିୟନ୍ତ୍ରଣକୁ ନେଇ ଦୁଇ ମନ୍ତ୍ରୀ ମୁହାଁ ମୁହିଁ

ଭୁବନେଶ୍ବର:କେତେବେଳେ ଅଭାବି ବିକ୍ରି ତ ପୁଣି କେତେବେଳେ ଚଢାଦର । ୮୦ ପଇସା କିଲୋରୁ ଟମାଟୋ ଦର ୮୦ ଟଙ୍କାରେ ପହିଁଚିଛି । ଏହାକୁ ନେଇ ଏବେ ଖାଉଟିଙ୍କ ଭିତରେ ଅସନ୍ତୋଷ । ହେଲେ ସରକାରଙ୍କ ଦୁଇ ବିଭାଗ ଦୋଷ ଲଦୁଛନ୍ତି। ଦର ବୃଦ୍ଧିର କାରଣ ଖୋଜିବା ବେଳକୁ ନିଜ ନିଜ ମୁଣ୍ଡରୁ ଦୋଷ ଖସାଉଛନ୍ତି ଦୁଇ ମନ୍ତ୍ରୀ । ସେପଟେ ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
କିଲୋ ୮୦ ପଇସାରେ ରାସ୍ତାରେ ଫୋପଡା ହେଲା। ଲୋକେ ବିଲାତି କିଆରୀରେ ଗୋରୁ ଚରେଇଦେଲେ। ଏବେ କିଲୋ ୮୦ ଟଙ୍କା । ପରିବା ବଜାରରେ ଟମୋଟରେ ଏମିତି ନିଆଁଲାଗିଛି। କଥା ହେଉଛି ମାତ୍ର ଦିନ ୨୦ଟା ଭିତରେ ଟମାଟୋ ଦର ୬୦ ଟଙ୍କା ବଢିଛି। କିଲେ କିଣୁଥିବା ଲୋକ ଅଢେଇଶହ କିଣୁଛନ୍ତି। ବାକୁ ବି ଭାବିବାକୁ ପଡିବ । ଏଣେ ସରକାରଙ୍କ ନିଦ ଭାଙ୍ଗୁନି । ଦର କିଭଳି ନିୟନ୍ତ୍ରଣକୁ ଆସିବ ସେ ନେଇ ଚୁପ ବସିଛି ଖାଦ୍ୟ ଓ ଯୋଗାଣ ବିଭାଗ । କୃଷିମନ୍ତ୍ରୀ କହିଛନ୍ତି ଅମଳ କରିବା ତାଙ୍କ ବିଭାଗର କାମ। ରଖିବା, ବିକିବା ଓ ଦର ନିୟନ୍ତ୍ରଣ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ସମବାୟ ବିଭାଗର କାମ । ସମବାୟ ମନ୍ତ୍ରୀ କହୁଛନ୍ତି ଦର ବଢିଲେ ଚାଷୀଙ୍କ ଲାଭ।
ଦର ବଢ଼ିଲେ ଚାଷୀର ଲାଭ। ପ୍ରଶ୍ନ ଉଠୁଛି ସେହି ଚାଷ ଲାଭ ପାଇଛନ୍ତି କି ଯେଉଁମାନେ କିଲୋ ୮୦ ପଇସାରେ ବିକିଥିଲେ? ଦର ନମିଳିବାରୁ ଟମାଟୋ ରାସ୍ତାରେ ଢାଳିଥିଲେ? ଲାଭ ଚାଷୀଙ୍କ ପାଖକୁ ଯାଉଛି,ନା ବେପାରୀ ମାଲାମାଲ ହେଉଛନ୍ତି? ବିରଧୀ କହିଛନ୍ତି ଅପରାଗତା ଢାଙ୍କିବାକୁ ସରକାର ଏମିତି କହୁଛନ୍ତି।
ଅଭାବି ବିକ୍ରି ବେଳେ ସରକାର ଯଦି ଚଷୀଙ୍କୁ ଉଚିତ ଦର ଦେଇ ଟମୋଟୋ କିଣି ଥାନ୍ତେ ତାହାଲେ ଚାଷୀ ଉଚିତ ଦର ପାଇବା ସହ ଏବେ ଖାଉଟିଙ୍କୁ ବି ଟମାଟୋ କିଣିବାକୁ ଅଧିକ ଟଙ୍କା ଗଣି ବାକୁ ପଡୁ ନଥାନ୍ତା ।

Leave A Reply

Your email address will not be published.