ଦିଲ୍ଲୀରେ ଓଡ଼ିଆ ଛାତ୍ର ଉଦିତ୍ ମୃତ୍ୟୁ ରହସ୍ୟରୁ ହଟିନି ପରଦା

ଦିଲ୍ଲୀ :ଦିଲ୍ଲୀରେ ଓଡ଼ିଆ ଛାତ୍ର ଉଦିତ୍ ମୃତ୍ୟୁ ରହସ୍ୟର ପର୍ଦ୍ଦା ହଟି ପାରିନାହିଁ । ଉଦିତ୍ଙ୍କ ପରିବାର ଲୋକେ ଏହାକୁ ଏକ ସୁପରିକଳ୍ପତ ହତ୍ୟାକାଣ୍ଡ କହୁଛନ୍ତି । ହେଲେ ପୋଲିସର କହିବା କଥା ଏହା ଏକ ଆତ୍ମହତ୍ୟା । ସେପଟେ ଘଟଣାର ଗୁରୁତ୍ବକୁ ଦେଖି ଜଣେ ଓଡ଼ିଆ ଅଫିସରଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦେଇଛି ଦିଲ୍ଲୀ ପୋଲିସ ।
ଦିଲ୍ଲୀରେ ଓଡ଼ିଆ ଛାତ୍ର ଉଦିତ୍ କୁମାର ପ୍ରଧାନ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ? ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ଏକ ହତ୍ୟାକାଣ୍ଡ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଆଉ ତାଙ୍କ ପୁଅକୁ ତାର ରୁମ୍ ମେଟ୍ ହତ୍ୟା କରିଛି ବୋଲି ଉଦିତ୍ଙ୍କ ବାପା ଅଭିଯୋଗ କରିଛନ୍ତି । କାରଣ ଉଦିତ୍ଙ୍କ ଗଳିତ ମୃତଦେହ ଉଦ୍ଧାର ବେଳେ ରୁମର ସବୁ ଜିନିଷ ଏପଟସେପଟ ହୋଇ ପଡିଥିଲା । ବାଥରୁମର ସବୁ ଜିନିଷ ଭାଙ୍ଗି ପଡିଥିବା ବେଳେ ତଳେ ଥିଲା ରକ୍ତର ଦାଗ । ତଥାପି ବି ପୋଲିସ ଏହାକୁ ଏକ ଆତ୍ମହତ୍ୟ ବୋଲି କହି ମାମଲା ଆଗକୁ ବଢାଇନଥିଲା । ତେବେ ପୋଲିସ ତଦନ୍ତରେ ଉଦିତ୍ଙ୍କ ପରିବା ଲୋକେ ସନ୍ତୁଷ୍ଟ ନହେବାରୁ ଜଣେ ଓଡ଼ିଆ ଅଧିକାରୀଙ୍କୁ ଘଟଣାର ତଦନ୍ତ ଦାୟିତ୍ବ ଦିଆଯାଇଛି ।
ଏକମାତ୍ର ପୁଅକୁ ହରାଇ ନ୍ୟାୟ ପାଇଁ ଦିଲ୍ଲୀରେ ପାଗଳ ପ୍ରାୟ ବୁଲୁଛନ୍ତି ଉଦିତ୍ଙ୍କ ବାପା ମଙ୍ଗଳୁ ପ୍ରଧାନ । ଦିଲ୍ଲୀର ବସନ୍ତକୁଞ୍ଜ ଅଞ୍ଚଳର କିଶନ ଗଡଗାଁର ୧୫୭/୯ ନମ୍ବର ଫ୍ଲାଟ, ରୁମ୍ ନମ୍ବର ୧୦୩ର ଦ୍ବିତୀୟ ଫ୍ଲୋରରେ ରହୁଥିଲେ ଉଦିତ୍ । ଜୁନ ୨ରେ ସେ ଶେଷ ଥର ପାଇଁ ଭୁବେଶ୍ବରରେ ଥିବା ପିତା ମାତାଙ୍କ ସହ କଥା ହୋଇଥିଲେ ଉଦିତ୍। ଏହାର ୩ ଦିନ ପରେ ତାଙ୍କର ମୃତ୍ୟୁ ଖବର ଘରେ ପହଞ୍ଚିଥିଲା । ଦୀଲ୍ଲିରେ ରହି ଡାକ୍ତର ହେବାର ସ୍ବପ୍ନ ଦେଖୁଥିବା ଉଦିତ୍ । ଏମ.ସି.ଆଇ ଏଣ୍ଟ୍ରାନ୍ସ ପାଇଁ ପ୍ରସ୍ତୁତ ହେଉଥିଲେ ।

Leave A Reply

Your email address will not be published.