ନବୀଙ୍କ ଗଡରେ ଅମିତଙ୍କ ଗର୍ଜନ,୨୦୧୯ରେ ଓଡିଶାରେ ଫୁଟିବ ପଦ୍ମ,୧୨୦ ସିଟରେ ଜିତିବ ବିଜେପି

ଭୁବନେଶ୍ୱର: ୨୦୧୯ରେ ଓଡିଶାରେ ପଦ୍ମ ଫୁଟିବ । ବିଜେପିର ମୁଖ୍ୟମନ୍ତ୍ରୀ ହେବେ । ୧୨୦ ସିଟ ଜିତ ସରକାର କରିବ ବିଜେପି । ବିଜେଡି ରାଜ୍ୟ ସଭାପତି, ମୁଖ୍ୟ ମନ୍ତୀ ନବୀନଙ୍କ ଗଡରେ ପସି ଆଜି ଏମିତି ଖୋଲା ଖୋଲି ଚ୍ୟାଲେଜଂ କରିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଗଞ୍ଜାମର ହୁଗୁଳାପଟାରେ ମୋ ବୁଥ ସବୁଠୁ ମଜଭିତ କାଯ୍ୟକ୍ରମରେ ୍େୟାଗ ଦେବାପରେ ସାଧାରଣ ସଭାରେ ଉଦବୋଧନ ଦେଇ ନବୀନ ସରକାରଙ୍କୁ ସମାଲୋଚନା କରିବାବେଳେ ଏମିତି ଇଶାରା ଦେଇଛନ୍ତି ଅମିତ ଶାହା । ଓଡ଼ିଶା ଗସ୍ତରେ ଆସିଥିବା ଶାହା ଆଜି ପ୍ରଥମ ଦିନରେ ଗଞ୍ଜାମ ଜିଲ୍ଲା ହୁଗୁଳାପଟାରେ ପହଞ୍ଚିଥିଲେ। ସେଠାରେ କର୍ମୀମାନେ ତାଙ୍କୁ ସ୍ୱାଗତ କରିଥିଲେ। ଆୟୋଜିତ ‘ମୋ ବୁଥ୍ ସବୁଠୁ ମଜଭୁତ’ କାର୍ୟ୍ୟକ୍ରମରେ ଯୋଗଦେଇ ନବୀନ ସରକାରଙ୍କ ଉପରେ ବର୍ଷିଥିଲେ। ପରେ ଆମ୍ବପୁଆରେ ଆୟୋଜିତ ସଭାରେ କର୍ମୀଙ୍କୁ ଦେଇଥିଲେ ମିଶନ୍ ୨୦୧୯ର ବିଜୟ ମନ୍ତ୍ର। ରାଜ୍ୟରେ ଗରିବ ରେଖା ୪୬ % ତଳେ ରହିଥିବା ବେଳେ ୩୬% ଗାଁକୁ ଏପର୍ୟ୍ୟନ୍ତ ବିଜୁଳି ପହଞ୍ଚି ପାରିନି। ଏହି ରାଜ୍ୟରେ ଏପରି ବ୍ୟବସ୍ଥା ରହିଛି ଯେଉଁଛି ମୃତଦେହକୁ ସମ୍ନାନ ଦିଆଯାଉନି। ପାଣି ଓ ବେକାରୀ ସମସ୍ୟା କଥା ନକହିବା ଭଲ ବୋଲି ଶାହା କହିଥିଲେ। ଏପରିକି କେନ୍ଦ୍ର ଦେଇଥିବା ଅନୁଦାନର ହିସାବ ମଧ୍ୟ ଦେଇଥିଲେ। ଆହୁରି ମଧ୍ୟ ସେ କହିଥିଲେ-“ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ। ମାତ୍ର ଓଡ଼ିଶାବାସୀ ଗରିବ। ତାହାହେଲେ ଧନସମ୍ପଦି କୁଆଡେ ଯାଉଛି? ଏହି ସବୁ ପଇସା ଚିଟ୍ଫଣ୍ଡ ଓ ଖଣି ଦୁର୍ନୀତିରେ ଚାଲି ଯାଉଛି।”
ଅମିତ୍ ଶାହାଙ୍କ ଅଭିଯୋଗର ଜବାବ ରଖିଛନ୍ତି ବିଜେଡି ମୁଖପାତ୍ର ସୂର୍ୟ୍ୟ ନାରାୟଣ ପାତ୍ର। ସେ କହିଛନ୍ତି-“ବିଜେପି ଦିବା ସ୍ୱପ୍ନ ଦେଖୁଛି। ବର୍ତ୍ତମାନ ଯେତିକି ବିଧାୟକ ଅଛିନ୍ତି ସେତିକି ପ୍ରଥମେ ଜିତିକି ଆସନ୍ତୁ।”
କଂଗ୍ରେସ କହିଛି ବିଜେପିର ମିଥ୍ୟା ଓ କୁତ୍ରିମ ପ୍ରଚାରକୁ ଲୋକେ ବୁଝିଗଲେଣି। ବରିଷ୍ଟ କଂଗ୍ରେସ ନେତା ଶରତ ରାଉତ କହିଛନ୍ତି-“ଅମିତ ଶାହାଙ୍କ ଓଡ଼ିଶାର କିଛି ପ୍ରଭାବ ପଡ଼ିବ ନାହିଁ। ବିଜେପି ଯେତେ ମିଥ୍ୟା ପ୍ରଚାର କରୁଛି ସେ ସମ୍ପର୍କରେ ଲୋକେ ବୁଝିଗଲେଣି।”

Leave A Reply

Your email address will not be published.