ନିଆଳି ପରେ ନୂଆପଡାରେ ଅଜଣା ଜନ୍ତୁ ଆତଙ୍କ ଟାର୍ଗେଟରେ ଛେଳି

ଭୁୁବନେଶ୍ୱର: ନିଆଳି ପରେ ନୂଆପଡାରେ ଅଜଣା ଜନ୍ତୁର ଆତଙ୍କ ଦେଖା ଦେଇଛି । ହେଲେ ଏଠାରେ ମେଣ୍ଢା ନୁହେଁ ଜନ୍ତୁର ଟାର୍ଗେଟରେ ରହିଛି ଛେଳି । ଛେଳିକୁ ମାରି ଅନ୍ତବୁଜୁଲା କାଢି ପକାଇଛି ଅଜଣା ଜନ୍ତୁ । ନୂଆପଡ଼ା ବ୍ଲକ୍ ଜୁନାନୀ ଗାଁର ଲୋକନାଥ ଖରସେଲ ସୋମବାର ଅପରାହ୍ନ ୪ଟା ସମୟରେ ପାଖ ଜଙ୍ଗଲକୁ ୪୦ଟି ଛେଳି ଚରାଇବାକୁ ନେଇଥିଲେ। ତାଙ୍କ ସାଙ୍ଗରେ ଅନ୍ୟ ଦୁଇ ଜଣ ମଧ୍ୟ ଛେଳି ଚରାଇବାକୁ ଯାଇଥିଲେ। ଛେଳିମାନେ ଜଙ୍ଗଲରେ ଚରୁଥିବା ବେଳେ ହଠାତ୍ ଏଣେତେଣେ ଦୌଡ଼ିଥିଲେ। କୌଣସି ଜନ୍ତୁ ଛେଳିମାନଙ୍କୁ ଆକ୍ରମଣ କରୁଥିବା ଜାଣି ଲେକନାଥ ଓ ଅନ୍ୟ ଦୁଇଜଣ ମଧ୍ୟ ସେଠାରୁ ଦୌଡ଼ି ପଳାଇ ଯାଇଥିଲେ।

କିଛି ସମୟ ପରେ ଗାଁ ଲୋକଙ୍କ ସହିତ ସେଠାକୁ ଯାଇଥିଲେ। ହେଲେ ଜଙ୍ଗଲରେ ୬ଟି ଛେଳି ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। କେତେକ ଛେଳିର ଅନ୍ତବୁଜୁଳା ପଡିଥିବା ଦେଖିବାକୁ ମିଳିଥିଲା। ଅନ୍ୟପେକ୍ଷ ୧୦ରୁ ୧୫ଟି ଛେଳି ଆହତ ହୋଇଥିବା ବେଳେ ଅନ୍ୟ ଛେଳିଙ୍କ ପତ୍ତା ମିଳି ନଥିଲା। ଏହି ଖବର ଜଣାପଡ଼ିବା ପରେ ଗ୍ରାମବାସୀମାନେ ଆତଙ୍କିତ ହୋଇ ପଡ଼ିଛନ୍ତି। ନିଆଳିରେ ମେଣ୍ଢାମାନଙ୍କୁ ଅଜଣା ଜନ୍ତୁ ମାରୁ ଥିବାବେଳେ ଆଜି ଏଠାରେ ଛେଳି ମାନଙ୍କୁ କିଏ ମାରିଛି ସେନେଇ ଚର୍ଚ୍ଚା ଜୋର ଧରିଛି।

Leave A Reply

Your email address will not be published.