ନିଆଳି ମେଣ୍ଡା ମୃତ୍ୟୁ ଘଟଣା : ହେଟା ଖୋଜୁଛି ପ୍ରଶାସନ

ନିଆଳି: ମେଣ୍ଢା ମୃତ୍ୟୁ ରହସ୍ୟ ଘଟଣାରେ ପ୍ରଶାସନିକ ତତ୍ପରତା ପ୍ରକାଶ ପାଇଛି  । କଟକ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂଣ୍ଣ  ବୈଠକ ହୋଇଛି । ନିଆଳି ବ୍ଲକରେ  ହୋଇଥିବା ବୈଠକରେ ବନ ବିଭାଗ, ରାଜସ୍ବ, ପଶୁ ସମ୍ପଦ ଓ ପୋଲିସ ଅଧିକାରୀ ଉପସ୍ଥିତଥିଲେ । ଘଟଣାର ସତ୍ୟାସତ୍ୟ ଉନ୍ମୋଚନ ପାଇଁ ପ୍ରସ୍ତୁତ ହେଉଛି ରଣନୀତି ବୋଲି କହିଛି ପ୍ରଶାସନ । ଆଜି ରାତିରେ ପୁଲିସ୍‌ ଓ ବନ ବିଭାଗ ପକ୍ଷରୁ ଏକ ୪ ଜଣିଆ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ରାତି ଯାକ ସ୍ଥାନୀୟ ଅଞ୍ଚଳରେ ପାଟ୍ରୋଲିଂ କରିବା ସହିତ ଡାକବାଜି ଯନ୍ତ୍ର ସାହାଯ୍ୟରେ ଲୋକଙ୍କୁ ସଚେତନ କରାଇବ ବୋଲି ନିଆଳି ରେଞ୍ଜ୍‌ ଅଫିସର ହିମାଂଶୁ ଶେଖର ମହାନ୍ତି ସୂଚନା ଦେଇଛନ୍ତି।  ସେପଟେ ପଶୁ ସଂପଦ ମନ୍ତ୍ରୀ ଦାମୋଦର ରାଉତ ଏହା ହେଟାବାଘର କାମ ବୋଲି ଦୋହରାଇଛନ୍ତି । କହିଛନ୍ତି ଯିଏ ଗୁଜବ ପ୍ରଚାର କକିବ ତାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ । ହେଟାବାଘକୁ ଧରିବାକୁ ଜଙ୍ଗଲ ପରିବେଶ ବିଭାଗ ଓ ପଶୁସଂପଦ ବିଭାଗ ଉଦ୍ୟମକରୁଛି । ସେପଟେ ଜଙ୍ଗଲ ଓ ପରିବେଶ ବିଭାଗ ସଚିବ କହିଛନ୍ତି ହେଟାବାଘର ପାଦ ଚିହ୍ନ ମିଳିଛି । ହେଟାର ଗାତ ଚିହ୍ନଟ ଲାଗି ଟିମ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଦ୍ୟମ କରୁଛି । ବନ୍ୟପ୍ରାଣୀ ସଂରକ୍ଷଙ୍କ କହିବା କଥା ହେଟାକୁ ଧରିବାକୁ କିଛି ସମୟ ଲାଗିବ । ଯନ୍ତୁକୁ ଚିହ୍ନଟ ଲାଗି ୫ଟି ସିସି ଟିଭି କ୍ୟାମେରା ଲଗାଯିବ ।

Leave A Reply

Your email address will not be published.