ନୂଆଦିଲ୍ଲୀରେ ନୀତି ଆୟୋଗ ନ୍ୟାସନାଲ କନଫରେନ୍ସ, ଯୋଗ ଦେଲେ ମୁଖ୍ୟ ଶାସନ ସଚିବ

ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଆରମ୍ଭ ହୋଇଛି ନୀତି ଆୟୋଗ ନ୍ୟାସନାଲ କନଫରେନ୍ସ। ବୈଠକରେ ପ୍ରଧାନମନ୍ତ୍ରୀ ସବୁ ରାଜ୍ୟରଏବଂ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଭେଟିଛନ୍ତି। ବୈଠକରେ ସବୁ ରାଜ୍ୟର ଅଥବିଭାଗ ସଚିବ,ସ୍ବାସ୍ଥ୍ୟ ସଚିବ, କୃଷି ସଚିବ,ଉଦ୍ୟୋଗ ସଚିବ ଯୋଗ ଦେଇଛନ୍ତି। ବୈଠକରେ ବିଭିନ୍ନ ପ୍ରସଙ୍ଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ଖାସ୍ କରି ସାମାଜିକ ଏବଂ ଆର୍ଥିକ ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ବାରୋପ କରାଯାଇଛି. ସ୍ବାସ୍ଥ୍ୟ,ଶିକ୍ଷା,ଜଳ ପରିଚାଳନା ଏବଂ ଡିଜିଟାଇଜେସନ ଆଦି ପ୍ରସଙ୍ଗରେ ବିଭିନ୍ନ ରାଜ୍ୟରେ କାର୍ଯ୍ୟକ୍ଷମଥିବା ଲୋକାଭିମୁଖୀ ଯୋଜନାର ସମୀକ୍ଷା କରାଯାଇଛି। ବିକାଶମୁଳକ ଯୋଜନାକୁ କାର୍ଯ୍ୟକାରୀ କରିବାନେଇ ରାଜ୍ୟ ରାଜ୍ୟ ମଧ୍ୟରେ ପ୍ରତିଦ୍ବନ୍ଦ୍ବିତାମୁଳକ ଭାବନାକୁ ବୈଠକରେ ପ୍ରୋତ୍ସାହିତ କରାଯାଇଛି। ଆଜିର କନଫରେନ୍ସରେ କୃଷି,ସ୍ବାସ୍ଥ୍ୟ ଏବଂ ଅନ୍ୟାନ୍ୟ ବିକାଶସମ୍ପର୍କିତ ପ୍ରସଙ୍ଗରେ ସୁଧାର ନେଇ ବିଚାରବିମର୍ଶ କରାଯାଇଛି।

Leave A Reply

Your email address will not be published.