ଟାଙ୍ଗୀ: ପାରିବାରିକ କଳହକୁ କେନ୍ଦ୍ର କରି ବାଣପୁର ମଙ୍ଗରାଜପୁରରେ ହତ୍ୟାକାଣ୍ଡ ଘଟିଛି । ମାକୁ ହତ୍ୟା କଲେ ପୁଅ ଓ ବୋହୂ । ବାଣପୁର ଥାନା ମଙ୍ଗରାଜପୁର ଗାଁରେ ଏହି ଘଟଣା ଘଟିଛି । ହତ୍ୟା ପରେ ମୃତଦେହକୁ ବିଲରେ ଫୋପାଡି ଦେଇଛନ୍ତି । ମୃତ ବୃଦ୍ଧା ମାମିନା ପଣ୍ଡା । ଏହି ଅଭିଯୋଗରେ ପୁଅ ପ୍ରଦୀପ ପଣ୍ଡା ଓ ବୋହୂ କବିତା ପଣ୍ଡାଙ୍କୁ ଅଟକ ରଖିଛି ପୋଲିସ ମୃତଦେହ ଜବତ କରି ବାଣପୁର ପୋଲିସର ତଦନ୍ତ ଆରମ୍ଭ କରିଛି ।
