ନୂଆଦିଲ୍ଲୀ: ବଦଳିଛନ୍ତି ରାଳ ମନ୍ତ୍ରୀ । ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ୍ ପାହ୍ୟାକୁ ଉତ୍ତୀର୍ଣ୍ଣ ହୋଇଥିବା ଶକ୍ତିମନ୍ତ୍ରୀ ପୀୟୂଷ ଗୋୟାଲ୍ଙ୍କୁ ରବିବାର ଦିନ ରେଳମନ୍ତ୍ରାଳୟ ଦାୟିତ୍ୱ ଦିଆଯାଇଛି। ଗତ ମାସରେ କେତେଗୁଡ଼ିଏ ରେଳ ଦୁର୍ଘଟଣା କାରଣରୁ ଇସ୍ତଫା ଦେବାକୁ ମନ ବଳାଇଥିବା ସୁରେଶ ପ୍ରଭୁଙ୍କ ସ୍ଥାନରେ ଗୋୟାଲଙ୍କୁ ଦାୟିତ୍ୱ ଦିଆଯାଇଛି। କିଛିକ୍ଷଣ ପୂର୍ବରୁ ମନ୍ତ୍ରୀପଦରୁ ଇସ୍ତଫା ଦେଇ ପ୍ରଭୁ ତାଙ୍କର ରେଳବାଇ ମନ୍ତ୍ରାଳୟର ସହକର୍ମୀମାନଙ୍କୁ ଟୁଇଟ୍ ଯୋଗେ ଧନ୍ୟବାଦ ଅର୍ପଣ କରିଥିଲେ।
ଗୋୟାଲ୍ଙ୍କ ସହ କ୍ୟାବିନେଟ୍ ପାହ୍ୟାକୁ ଉତ୍ତୀର୍ଣ୍ଣ ହୋଇଥିବା ଅନ୍ୟ ତିନି କେନ୍ଦ୍ର ମନ୍ତ୍ରୀଙ୍କୁ ମଧ୍ୟ ପ୍ରଭୁ ଅଭିନନ୍ଦନ ଜଣାଇଛନ୍ତି। ଏହା ସହ ରେଳ ବିଭାଗ ଛାଡିଥିବା ସୁରେଶ ପ୍ରଭୁଙ୍କୁ ମିଳିଛି ବାଣିଜ୍ୟ ବିଭାଗ ।
Prev Post
