ଭୁବନେଶ୍ବର:ଦକ୍ଷିଣ ବାଙ୍ଗଲାଦେଶ, ପଶ୍ଚିମବଙ୍ଗ ଓ ଉତ୍ତର ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଆଗାମୀ ୨୪ ଘଣ୍ଟା ମଧ୍ୟରେ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।
ଯାହାର ପ୍ରଭାବରେ ସାରା ରାଜ୍ୟରେ ବର୍ଷା ବଢିବ । ବିଶେଷକରି ଏହାର ପ୍ରଭାବ ଉତ୍ତର ଓଡିଶାରେ ଅଧିକ ରହିବ । ୨୬ ତାରିଖ ପର୍ଯ୍ୟନ୍ତ ଏହି ବର୍ଷା ଜାରି ରହିବ । ବୁଢାବଳଙ୍ଗ, ବ୍ରାହ୍ମଣୀ, ବୈତରଣୀ, ସୁବର୍ଣ୍ଣରେଖାର ଜଳସ୍ତର ବଢିବା ଆଶଙ୍କା ରହିଛି । ପାଣି ପାଗ ବିଭାଗ ଏପରି ସୂଚନା ଦେଇଛି ।
