ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି : ଅନ୍ନପୂର୍ଣ୍ଣା ଯୋଜନା ବାବଦକୁ ଚାଉଳ ଓ ପାଣ୍ଠି ଦାବି

ଭୁବନେଶ୍ୱର : ଅନ୍ନପୂର୍ଣ୍ଣା ଯୋଜନା ବାବଦକୁ ଖାଦ୍ୟ ଶସ୍ୟ ଓ ପାଣ୍ଠି ପାଇଁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତ ୨ ବର୍ଷର ଚାଉଳ ଓ ବର୍ଷକର ପାଣ୍ଠି ତୁରନ୍ତ ଯୋଗାଇବାକୁ ଶ୍ରୀ ନବୀନ ପଟ୍ଟନାୟକ ଦାବି କରି ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଛନ୍ତି।   ଶ୍ରୀ ପଟ୍ଟନାୟକ ନିଜ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଅନ୍ନପୂର୍ଣ୍ଣା ଯୋଜନାରେ ମୁଣ୍ଡପିଛା ୧୦ କେଜି ଚାଉଳ ବରିଷ୍ଠ ନାଗରିକମାନଙ୍କୁ ମାଗଣାରେ ଦିଆଯାଉଛି । ରାଜ୍ୟର ୬୪ ହଜାର ୮୦୦ ବରିଷ୍ଠ ନାଗରିକ ମାନେ ଏହାଦ୍ୱାରା ବିଶେଷ ଭାବେ ଉପକୃତ ହେଉଛନ୍ତି । ସମ୍ପୃକ୍ତ ଯୋଜନା ଲାଗି କେନ୍ଦ୍ର ସରକାରଙ୍କର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ୨୦୧୬-୧୭ ଏବଂ ୧୭-୧୮ ପାଇଁ ଅର୍ଥ ଏବଂ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ମନ୍ତ୍ରଣାଳୟ ଖାଦ୍ୟ ଶସ୍ୟ ମଧ୍ୟ ଦେଇନାହିଁ । ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଅର୍ଥ ଦେଇ ସମ୍ପୃକ୍ତ ହିତାଧିକାରୀ ମାନଙ୍କୁ ଦେଉଛି । ଫଳରେ ସରକାରଙ୍କ ଉପରେ ଅତିରିକ୍ତ ବୋଝ ପଡ଼ୁଛି । ତେଣୁ ସମ୍ପୃକ୍ତ ମନ୍ତ୍ରଣାଳୟ ମାନଙ୍କୁ ଅନ୍ନପୂର୍ଣ୍ଣା ଯୋଜନା ପାଇଁ ଅର୍ଥ ଅନୁଦାନ ମଞ୍ଜୁରୀ କରିବା ଏବଂ ଖାଦ୍ୟ ଶସ୍ୟ ଯୋଗାଇ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଅନୁରୋଧ କରିଛନ୍ତି ।

 

Leave A Reply

Your email address will not be published.