ପ୍ରେମର ବିଜୟ: ସାତ ଜନ୍ମର ସାଥୀ ହେଲେ ଦୃଷ୍ଟିହୀନ ଦିଲ୍ଲୀପ ଓ ଅନିତା

ଜଗତସିଂହପୁରରୁ: ପ୍ରେମ ଆଗରେ ହାର ମାନେ ସବୁକିଛି। ପ୍ରେମର ହିଁ ବିଜୟ ହୁଏ ସବୁବେଳେ । ଯାହା ପୁଣି ପ୍ରମାଣିତ କରିଛନ୍ତି ଦୃଷ୍ଟିହୀନ ଦିଲ୍ଲୀପ ଓ ଅନିତା । ସବୁ ବାଧା ବିଘ୍ନକୁ ପଛରେ ପକାଇ ଶେଷରେ ସାତ ଜନ୍ମର ସାଥୀ ହୋଇଛନ୍ତି ।
ବିବାହ । ଦୁଇ ହୃଦୟ, ଦୁଇ ମନ, ଦୁଇ ଦେହ ଆଉ ଦୁଇ ଆତ୍ମାର ମିଳନ । ନ ଥାଇପାରେ ବାହା ବେଦୀ କି ହୋମ ନିଆଁ । ନ ଥାଇପାରେ ବାଜା ବାଣ କି ରୋଷଣୀ, ସାଜସଜ୍ଜା । ଥରେ ମନ ମିଶିଗଲେ କଥା ସରିଲା । ଯାହା ଘଟିଛି ଦିଲ୍ଲୀପ ଓ ଅନୀତାଙ୍କ କ୍ଷେତ୍ରରେ । ଗଭୀର ଭଲପାଇବା ଆଉ ଓ ଦୃଢ଼ ଇଚ୍ଛା ଶକ୍ତି ଆଗରେ ସବୁ ବାଧାବିଘ୍ନ ହାର ମାନିଛି । କାରଣ ଦୁଇଜଣ ଯାକ ହିଁ ଦୃଷ୍ଟିହୀନ । ଟ୍ରେନ ଦୁର୍ଘଟଣାରେ ଜଗତସିଂହପୁର ଜିଲ୍ଲା ବାଜପୁର ଗାଁର ଦିଲ୍ଲୀପଙ୍କ ବାମ ଗୋଡ ଓ ହାତ ଆଉ ନାହିଁ। ସଂପୂର୍ଣ୍ଣ କଟି ଯାଇଛି । ତା’ ପରେ ବି ତାଙ୍କୁ ବରଣମାଳା ପିନ୍ଧାଇ ଜୀବନ ସାଥୀ କରିଛନ୍ତି କଟକ ଖପୁରିଆର ଅନିତା ବାରିକ । ପ୍ରକୃତ ପ୍ରେମ କ’ଣ, ଏହା ହିଁ ପୁଣି ପ୍ରମାଣିତ କରିଛନ୍ତି ଦିଲ୍ଲୀପ ଓ ଅନୀତା। ଏଇ ନବ ଦମ୍ପତ୍ତି ଦୃଷ୍ଟିହୀନ ହେଲେ ବି ଉଚ୍ଚ ଶିକ୍ଷିତ । ବହୁ ଆଗରୁ ଉଭୟଙ୍କ ମଧ୍ୟରେ ଗଢି ଉଠିଥିଲା ସଂପର୍କ । ଟ୍ରେନ ଦୁର୍ଘଟଣାରେ ଦିଲ୍ଲୀପ ଗୋଟିଏ ହାତ, ଗୋଡ ହରାଇବା ପରେ ବି ସଂପର୍କରେ ଭଟ୍ଟା ପଡିନଥିଲା । ହ୍ବିଲ୍ ଚେୟାରରେ ବସି ଗାଁ ମନ୍ଦିରରେ ଅନିତାଙ୍କୁ ବରଣ ମାଳା ଦେଇ ସାତ ଜନ୍ମର ସାଥୀ କରିଛନ୍ତି ଦିଲ୍ଲୀପ । ଉଭୟ ପରିବାର ଓ ବନ୍ଧୁ ବାନ୍ଧବ ବେଶ ଖୁସି ଅଛନ୍ତି ଏହି ବିବାହରେ ।

Leave A Reply

Your email address will not be published.