ବିଜେପିରେ ମିଶିବେ ଭେଟେରାନ ଅଭିନେତ୍ରୀ ମହାଶ୍ୱେତା

ଭୁବନେଶ୍ୱର  : ରାଜନୀତିରେ ପାଦଦେବେ ଭେଟେରାନ ଅଭିନେତ୍ରୀ ମହାଶ୍ବେତା ।  ଆସନ୍ତାକାଲି ସେ ବିଜେପିରେ ମିଶିବେ ।  ପ୍ରଖ୍ୟାତ ଅଭିନେତ୍ରୀ ମହାଶ୍ୱେତା ରାୟ ବିଜେପିରେ ମିଶିବା ନେଇ ବିଜେପି ପକ୍ଷରୁ ଦିଲ୍ଲୀରେ ଏକ ପ୍ରେସ ବିବୃତ୍ତିରେ ସୂଚନା ଦେଇଛନ୍ତି ଦଳର ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଖ୍ୟାତନାମା ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଅନୁଚୌଧୁରୀ ବିଜେପିରେ ସାମିଲ ହେବା ପରେ ବିଜେପି ପାଇଁ ମନ ବଳାଇଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ଆଉ ଜଣେ ଅଭିନେତ୍ରୀ। ସୋମବାର ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ମିଶ୍ରଣ ପର୍ବରେ ମହାଶ୍ୱେତା ଙ୍କୁ ଦଳରେ ମିଶା ଯିବ । ଏହି ମିଶ୍ରଣ ପର୍ବରେ କେନ୍ଦ୍ର ତୈଳ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ରହିବେ ବୋଲି ବିଜେପିର ପକ୍ଷରୁ ସୂଚନା ଦିଆଯାଇଛି ।

ନିକଟରେ ଚଳଚିତ୍ର ସମ୍ମାନ ନେଇ ମହାଶ୍ବେତା ରାଜ୍ୟ ସରକାରଙ୍କ ଉପରେ ଖୁବ୍‌ ବର୍ଷିଥିଲେ, ସେମିତି ରାଜ୍ୟର ଚଳଚ୍ଚିତ୍ରର ଅବସ୍ଥା ନେଇ ମଧ୍ୟ ସେ କ୍ଷୋଭ ପ୍ରକାଶ କରିଥିବା ବେଳେ ବିଜେଡିର ଥିବା ବହୁ ଫିଲ୍ମଷ୍ଟାରଙ୍କ ଅବଦାନ ଉପରେ ପ୍ରଶ୍ନ ଉଠାଇଥିଲେ। ଆଉ ଏବେ ମହାଶ୍ବେତା କହିଛନ୍ତି ତାଙ୍କର ପଲିଟିକ୍ସରେ ମିଶିବା ଇଚ୍ଛା ଏବେକାର ନୁହେଁ ୧୨ ବର୍ଷ ବୟସରୁ ସେ ଇନ୍ଦିରାଙ୍କୁ ଦେଖି ପଲିଟିକ୍‌ସରେ ମିଶିବେ ବୋଲି ଭାବିଥିଲେ ଏବେ ମୋଦିଙ୍କୁ ଦେଖି ପ୍ରଭାବିତ ହୋଇଛନ୍ତି ବୋଲି କହିଛନ୍ତି ମହାଶ୍ହେତା ।

Leave A Reply

Your email address will not be published.