ବିଜେପୁର ଉପନିର୍ବାଚ : ଟଙ୍କାବଣ୍ଟା ନେଇ ଅଭିଯୋଗ ୩ଲକ୍ଷ ୨୦ ହଜାର ଟଙ୍କା ଜବତ, ୪ ଅଟକ

ଭୁବନେଶ୍ୱର  : ବିଜେପୁର ଉପନିର୍ବଚନ ନେଇ ଉଷ୍ମତା ଦେଖାଦେଇଛି। ଭୋଟରମାନଙ୍କୁ ଆକର୍ଷିତ କରିବା ପାଇଁ ପ୍ରାର୍ଥୀମାନେ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ଆଜି ପ୍ରଚାର ଚାଲିଥିବାବେଳେ ଗାଇସିଲେଟ୍ ପୋଲିସ ଦୁଇଟି କାରରୁ ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି । ସେଥିମଧ୍ୟରୁ ଜଣେ ବିଜୁ ଜନତା ଦଳର କର୍ମୀଙ୍କ ଗାଡି(୦D-୦୨-AJ-୬୬୩୩)ରୁ ଅଢେଇ ଲକ୍ଷରୁ ଉର୍ଧ୍ୱ ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି । ଗାଇସିଲେଟ ବ୍ଲକର ତାଲପାଲି ଠାରେ ଏହି ଟଙ୍କାକୁ ଜବତ କରାଯାଇଛି । ଏହି ଘଟଣାରେ ପୋଲିସ ୨ଟି କାରକୁ ଜବତ କରିବା ସହ ୪ ଜଣକୁ ଅଟକ ରଖିଛି ।  ନୋଟ ଗୁଡ଼ିକ ଉପନିର୍ବାଚନ ପ୍ରଚାରରେ ବଣ୍ଟନ ପାଇଁ ଯାଉଥିବା ପୋଲିସ ସନ୍ଦେହ କରୁଥିବାବେଳେ ଏ ନେଇ ତଦନ୍ତ ଜାରିରଖିଛି।

Leave A Reply

Your email address will not be published.