ବିଜେବି କଲେଜ ଷ୍ଟଙ୍ଗରୁମରେ ଜଣେ ସନ୍ଦିଗ୍ଧ ପ୍ରବେଶ କରିବା ନେଇ ଉତ୍ତେଜନା

ବିଜେବି କଲେଜରେ ଥିବା ଷ୍ଟଙ୍ଗ ରୁମରେ ଜଣେ ସନ୍ଦିଗ୍ଧ ପଶିଥିବା ନେଇ ଚର୍ଚ୍ଚା‌ ହେଉଛି। ଏହାକୁ ନେଇ ଷ୍ଟ୍ରଙ୍ଗ୍‌ରୁମ୍‌ ବାହାରେ ଉତ୍ତେଜନା ଲାଗିରହିଛି ରହିଛି। ବିଜେପି ଅଭିଯୋଗ ଆଣିଛି ଯେ, ଷ୍ଟ୍ରଙ୍ଗ ରୁମରେ କେହି ଜଣେ ବ୍ୟକ୍ତି ପଶିଥିଲା। ବିଜେପିକର୍ମୀମାନେ ସଂପୃକ୍ତ ବ୍ୟକ୍ତିଙ୍କୁ କାବୁ କରି ପୁଲିସର ଜିମା ଦେଇଛନ୍ତି।

ତେବେ ଏହାକୁ କେନ୍ଦ୍ର କରି ଷ୍ଟ୍ରଙ୍ଗ ରୁମ ବାହାରେ ଉତ୍ତେଜନା ବଢ଼ିଛି । ତେଣୁ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ଧିରେ ଧିରେ ଉତ୍ତେଜନା ବଢ଼ିବାରେ ଲାଗିଛି। ତେଣୁ ପରିସ୍ଥିତି ଅଣାୟତ ହୋଇଛି।

ପରିସ୍ଥିତିକୁ ଆୟତ୍ତରେ ଆଣିବା ପାଇଁ ପୁଲିସ ମୃଦୁ ଲାଠିଚାଳନା କରିଛି। ଏଥିରେ ଜଣେ ଯୁବକ ଆହତ ହୋଇଥିବା ସୂଚନା ମିଳିଛି। ବିକ୍ଷୋଭକାରୀଙ୍କ ଆକ୍ରମଣରେ ଯୁବକ ଜଣକ ଲହୁଲୁହାଣ ହୋଇଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ପୌର ନିର୍ବାଚନ ପାଇଁ ଗତକାଲି ହୋଇଥିବା ଭୋଟଗ୍ରହଣର ଫଳାଫଳା ଆସନ୍ତାକାଲି ପ୍ରକାଶ ପାଇବ। କାଲି ପୂର୍ବାହ୍ନରେ ଭୋଟ ଗଣତି ଆରମ୍ଭ ହେବ। ରାଜ୍ୟର ୧୦୬ ବିଜ୍ଞାପିତ ଅଞ୍ଚଳ ପରିଷଦ ବ୍ୟତୀତ ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମରେ ମଧ୍ୟ ଆସନ୍ତାକାଲି ଭୋଟ ଗଣତି ହେବ। ତେବେ ଭୋଟ ଗଣତି ପୂର୍ବରୁ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ସନ୍ଦିଗ୍ଧଙ୍କ ପ୍ରବେଶ ନେଇ ଉତ୍ତେଜନା ପ୍ରକାଶ ପାଇଛି।

Leave A Reply

Your email address will not be published.