ଭୁବନେଶ୍ବର/ନୂଆଦିଲ୍ଲୀ : ବେଆଇନ୍ ଖଣି ଦୁର୍ନୀତ ମାମଲାରେ ଖଣିମାଲିକଙ୍କୁ ସିଧା ଶୁଣାଇଛନ୍ତି ସୁପ୍ରିମକୋର୍ଟ। ଯେଉଁମାନେ ଧାର୍ଯ୍ୟ ଫାଇନ ଦେଇନାହାନ୍ତି ସେମାନଙ୍କଠାରୁ ୧୨ ପ୍ରତିଶତ ସୁଧରେ ଟଙ୍କା ଆଦାୟ କର। ଯେଉଁ ବେଆଇନ ଖଣି ଖନନକାରୀମାନେ ଫାଇନ ଦେଉନାହାନ୍ତି ସେମାନଙ୍କ ସଂପତ୍ତି ବାଜ୍ୟାପ୍ତି ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ବେଆଇ ଖଣି ଖନନକାରୀଙ୍କୁ ୩୧ ଡିସେମ୍ବର ସୁଦ୍ଧା ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର । ଏହି ସମୟ ମଧ୍ୟ ରାଜ୍ୟ ସରକାର ୧୦ ହଜାର କୋଚି ଟଙ୍କା ଆଦାୟ କରିଛନ୍ତି। ତେବେ ଅଧିକାଂଶ ଖଣିମାଲିକ ବିଭିନ୍ନ କାରଣ ଦର୍ଶାଇ ଫାଇନ ଦେଇନାହାନ୍ତି। ଏବେ ସୁପ୍ରିମକୋର୍ଟଙ୍କ ସାନି ନିର୍ଦ୍ଦେଶ ସେମାନଙ୍କ ଅଡୁଆ ବଢ଼ାଇବ। ଅନ୍ୟପଟେ ଯେଉଁମାନେ ଜରିମାନା ଦେଇନାହାନ୍ତି ସେମାନଙ୍କଠାରୁ କିଭଳି ଭାବେ ଅର୍ଥ ଆଦାୟ କରାଯିବ ଏହାକୁ ନେଇ ରାଜ୍ୟ ସରକାରମାନେ ପଦକ୍ଷେପ ନିଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି । …
