କାଳିଆ ଯୋଜନା ଦେଶର ସବୁଠାରୁ ବଡ ଯୋଜନା – ନବୀନ

ଭୁବନେଶ୍ବର : କାଳିଆ ଯୋଜନାକୁ  ସାରା ଦେଶରେ ଏକ ଆଦର୍ଶ ଯୋଜନା ବୋଲି କହିଛନ୍ତି ନବୀନ। ଭୁବନେଶ୍ବର ବରମୁଣ୍ଡାରେ ଆୟୋଜିତ  ଓଡିଶା କୃଷି କର୍ମଶାଳାରେ ଉଦବୋଧନ ଦେଇ  ନବୀନ କାଳିଆ ଯୋଜନାକୁ ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ  ସବୁଠାରୁ ବଡ ଯୋଜନା କହିଛନ୍ତି। କାଳିଆ ଯୋଜନାର ସହାୟତାକୁ ଚାଷ କାମରେ ଲଗାଇଲେ ଖୁସି ହେବି ବୋଲି କହିଛନ୍ତି ନବୀନ। କୃଷକଙ୍କୁ ଖୁସି କରିବାକୁ ଯାଇ କାଳିଆ ଯୋଜନାର  ପଞ୍ଜୀକରଣ ତାରିଖ ବୃଦ୍ଧି କରିଛନ୍ତି ନବୀନ। ଏହି ଯୋଜନାର ଦ୍ବିତୀୟ ପର୍ଯ୍ୟାୟ ପଞ୍ଜୀକରଣ  ଅବଧି ଜାନୁଆରୀ ୨୫ରୁ ଫେବୃୟାରୀ ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ନବୀନ >

Leave A Reply

Your email address will not be published.