ରାୟଗଡ଼ା: ଗୋରକ୍ଷକବାହିନୀ କର୍ମକର୍ତ୍ତାଙ୍କୁ ଆକ୍ରମଣ

ରାୟଗଡ଼ା: ଶୁକ୍ରବାର ଅପରାହ୍ଣରେ ପୁରୁଣା ବସ୍‌ଷ୍ଟାଣ୍ଡ୍‌ ନିକଟରେ କେତେକ ଲୋକଙ୍କ ଆକ୍ରମଣରେ ଯୋଗୁଁ ରାଜ୍ୟ ବାହାରୁ ଆସିଥିବା ଗୋରକ୍ଷକ ବାହିନୀର କିଛି କର୍ମକର୍ତ୍ତା ଆହତ ହୋଇଥିଲେ।

ଏ ସଂକ୍ରାନ୍ତରେ ଆଜି ସେମାନେ ଥାନାରେ ଦେଇଥିବା ଏତଲାକୁ ଭିତ୍ତିକରି ମାମଲା ରୁଜୁ କରାଯାଇଛି। ପରେ ସେମାନେ ଜିଲ୍ଲାପାଳଙ୍କୁ ଭେଟି ଏ ସଂକ୍ରାନ୍ତରେ ଜଣାଇବାରୁ ଜିଲ୍ଲାପାଳ ଗୁହାପୁନାନ ତାପସ କୁମାର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଇଛନ୍ତି।

ନିଜକୁ ପର୍ଯ୍ୟଟକ ବୋଲି କହୁଥିବା ସେ ଗୋରକ୍ଷକବାହିନୀର କର୍ମକର୍ତ୍ତାମାନେ ଦିଲ୍ଲୀ, ହାଇଦ୍ରାବାଦ ଏବଂ ଉତ୍ତରପ୍ରଦେଶରୁ ଆସି ଦଳ ଦଳ ହୋଇ ଭିନ୍ନ ଭିନ୍ନ ସ୍ଥାନରେ ବୁଲୁଛନ୍ତି। ଗତକାଲି ସେମାନେ ବୁଲୁଥିବାବେଳେ କିଛି ଲୋକ କୁଆଡ଼େ ଅତି ନିଷ୍ଠୁରଭାବେ ଏକ ଗାଈକୁ ପିଟୁଥିବା ଦେଖି ସେମାନେ ପ୍ରତିବାଦ କରିଥିଲେ। ଫଳତଃ, ଗାଈକୁ ପିଟୁଥିବା ଲୋକେ ସେମାନଙ୍କୁ ଆକ୍ରମଣ କରି ଜଣଙ୍କର ମୁଣ୍ଡ ଫଟାଇଦେଇଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି।

Leave A Reply

Your email address will not be published.