ଶବ ରଖି ରାସ୍ତା ଅବରୋଧ

ଜୟପୁର: ଗତ କାଲି ଜମିଜମା ବିବାଦରୁ ଘଟିଥିବା ଗାଗନାପୁର ଦ୍ୱୈତ ନରହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ପାଇଁ ଦାବି କରି ରବିିବାର ସାଢ଼େ ବାରଟାବେଳେ ଶବ ସହ ରାଜପଥ ଅବରୋଧ କରାଯାଇଛି।
ନିହତ ଲକ୍ଷ୍ମଣ ଓ ହିରନ୍‌ ବାଗ୍‌ଙ୍କ ଶବ ୨୬ ନମ୍ବର ଜାତୀୟ ରାଜପଥରେ ଥୋଇ ଉଭୟ ପରିବାରର ସଦସ୍ୟମାନେ ଧାରଣା ଦେଇଛନ୍ତି। ସେମାନଙ୍କର ଦାବି ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରାଯାଉ।
ଏହି ମାମଲାରେ ପୁଲିସ ୩୨ ଜଣଙ୍କୁ ଅଟକ ରଖିଛି। ଅବରୋଧ ହୋଇଥିବା ରାଜପଥଠାରେ ଟାଉନ୍‌ ଥାନା ଏବଂ ସଦର ଥାନା ପୁଲିସ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରାଉଛନ୍ତି।

Leave A Reply

Your email address will not be published.