ସମ୍ପର୍କରେ କଳଙ୍କ : ମାନସିକ ବିକାର ଗ୍ରସ୍ତ ଯୁବତୀଙ୍କୁ ପୀଉସି ପୁଅର ଦୁଷ୍କର୍ମ ଅଭିଯେ।ଗ

ଭୁବନେଶ୍ବର : ଭାଇ-ଭଉଣୀ ସମ୍ପର୍କରେ କଳଙ୍କ । ମାନସିକ ବିକାର ଗ୍ରସ୍ତ ଯୁବତୀଙ୍କୁ ପୀଉସି ପୁଅର ଦୁଷ୍କର୍ମ ଅଭିଯେ।ଗ । ପରିଣାମ ସ୍ବରୂପ ଝିଅଟି ଏବେ ୫ମାସର ଗର୍ଭବତୀ । ଅଭିଯେ।ଗ ପରେ ଅଭିଯୁକ୍ତ ଭଣଜାକୁ ଅଟକ ରଖି ତଦନ୍ତ କରୁଛି ପେ।ଲିସ । ଲଜ୍ଜା । ମଣିଷ ଏତେ ତଳକୁ ଯେ ଖସି ପାରେ ତାହା ଏହି ଘଟଣା ପ୍ରମାଣିତ କରୁଛି । ଦୁଷ୍କର୍ମ ପୁଣି ସମ୍ପର୍କୀୟ ଭଉଣୀକୁ । ତାଠୁ ଅଧିକ ଦୁଃଖର କଥା ହେଲା ପୀଡିତା ଯୁବତୀ ଜଣକ ମାନସିକ ବିକାରଗ୍ରସ୍ତ । ଭଲରେ କଥା କହି ଜାଣିନଥିବା, ଭୁଲ କଣ ଠିକ୍ କଣ ଜାଣିନଥିବା ଅବୁଝା ଝିଅର ଫାଇଦା ନେଇଛି ନିଜ ପୀଉସି ପୁଅ । ବାଲିଅନ୍ତା ଅଞ୍ଚଳର ଜଣେ ମାନସିକ ବିକାରଗ୍ରସ୍ତ ଯୁବତୀ ୬ମାସ ପାଇଁ ପୀଉସି ଘରକୁ ଯାଇଥିଲା । ନିକଟରେ ସେ ଘରକୁ ଫେରିବା ପରେ ପରିବାର ଲେ।କଙ୍କ ପାଦ ତଳୁ ମାଟି ଖସି ଯାଇଥିଲା ।କାରଣ ଝିଅଟି ଏବେ ୫ମାସର ଅନ୍ତସ୍ବତା । ଘଟଣା ଜଣାପଡିବା ପରେ ଥାନାର ଦ୍ବାରସ୍ଥ ହେ।ଇଛନ୍ତି ପରିବାର । ଏତଲା ପରେ ଅଭିଯୁକ୍ତକୁ ଅଟକ ରଖିଛି ପେ।ଲିସ । ଏହି ଘଟଣା ପରେ କିଛି ଲେ।କ ପୀଡିତାଙ୍କ ଘରେ ପହଞ୍ଚି ସେମାନଙ୍କୁ ଧମକ ଦେଇଥିବା ଅଭିଯେ।ଗ ହେ।ଇଛି । ସେପଟେ ତଦନ୍ତ ପରେ ଯଦି ଅଭିଯୁକ୍ତର ସମ୍ପୃକ୍ତି ଜଣା ପଡେ ତେବେ ତାକୁ ଗିରଫ କରାଯିବ ବେ।ଲି କହିଛନ୍ତି ଡିସିପି । ନିଜ ଘର, ପରିବାରରେ ନିଜକୁ ସୁରକ୍ଷିତ ଭାବେ ଝିଅଟି । ତେବେ ଯଦି ରକ୍ଷାକର୍ତ୍ତା ଯଦି ବଇରି ସାଜିବେ ଗୁହାରି କରିବେ କାହାକୁ ।

Leave A Reply

Your email address will not be published.